ନୟାଗଡ଼,(ନୟାଗଡ଼ ଦାର୍ପଣ): ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ, ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣ-ପୂର୍ବ କ୍ଷେତ୍ର, ଭୁବନେଶ୍ଵର ଆନୁକୂଲ୍ୟରେ ଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ (TIER-III) ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶ୍ରୀ ସୁଧାଂଶୁ କୁମାର ମହାନ୍ତି, ରାଜୀବ କୁମାର ତ୍ରିପାଠୀ, ସଞ୍ଜୟ କୁମାର ନାୟକ, ଶ୍ରୀ ସଚିଦାନନ୍ଦ ପୃଷ୍ଟି ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ସୁରେଶ ପ୍ରଧାନ, ଅଧ୍ୟାପକ ଆଶୁତୋଷ ମିଶ୍ର, ଗଣେଶ ମିଶ୍ର, ପ୍ରସନ୍ନ କୁମାର ବସନ୍ତିଆ ପ୍ରମୁଖ ଯୋଗଦେଇ ଭୂତଳ ଜଳ ସ୍ଥିତି, ଗୁଣବତ୍ତା ଏବଂ ପରିଚାଳନା ଆଦି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀ ମାନଙ୍କ ସମେତ ନୟାଗଡ଼ ସହରର ବୁଦ୍ଧିଜିବୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ଜନସାଧାରଣ ଯୋଗଦେଇଥିଲେ । ଭୂତଳ ଜଳର ଅବନତି ସାଧାରଣତଃ ଭୂମିରୁ ବାରମ୍ବାର ପାଣି ପମ୍ପ ହେତୁ ହୋଇଥାଏ । ଜଳର ସରଂକ୍ଷଣ କରିବା ଅପେକ୍ଷା ଆମେ ଜଳକୁ ଶୀଘ୍ର ପମ୍ପ କରିଥାଉ, ଯାହା ଭୂତଳ ଜଳ ଯୋଗାଣରେ ବିପଜ୍ଜନକ ଅଭାବର କାରଣ ହୋଇଥାଏ । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଆମେ ଯେତେ ଶୀଘ୍ର ଦ୍ରୁତ ଗତିରେ ଭୂମିରୁ ଜଳ ପମ୍ପ କରୁ, ଭୂତଳ ଜଳ ଆମକୁ ଆବଶ୍ୟକ ପରିମାଣର ଜଳ ଯୋଗାଇବା କଷ୍ଟକର ହୋଇପଡେ। ପ୍ରଚୁର ପରିମାଣର ଭୂତଳ ଜଳ ଚାଷରେ ବ୍ୟବହୃତ ହୁଏ, କିନ୍ତୁ ଭୂତଳ ଜଳର ଉପଲବ୍ଧତା କ୍ରମାଗତ ଭାବେ ହ୍ରାସ ପାଉଛି । ତେଣୁ ଜଳ ସରଂକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ଦରକାର । ଏସବୁ ବିଷୟରେ ଆଲୋଚନା ଚାଲିଛି ।
ଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଏକ ଟ୍ରେନିଂ
