ନୟାଗଡ଼(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ନୟାଗଡ଼ ପୌରପାଳିକା ସହ ଖଣ୍ଡପଡ଼ା, ରଣପୁର ଓ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାଚନ ଫଳାଫଳ :-
◆ ନୟାଗଡ଼ ପୌର ପରିଷଦର ବିଜେଡିର ଶ୍ରୀମତୀ ନିରୁପମା ଖଟେଇ ଅଧକ୍ଷା ଭାବେ ନିର୍ବାଚିତ ହେବା ସହ ସମସ୍ତ କାଉନସିଲର ବିଜେଡି ଦଳରୁ ନିର୍ବାଚିତ ହୋଇଛନ୍ତି ।
◆ ରଣପୁର ବିଜ୍ଞାପିତ ଅଂଚଳ ପରିଷଦର ବିଜେଡିର ରଙ୍ଗିନ ମହାନ୍ତି ଅଧକ୍ଷା ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡିରୁ ୧୧ଜଣ, ବିଜେପିରୁ ୨ଜଣ ଏବଂ ସ୍ଵାଧୀନ ଭାବେ ୨ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି ।
◆ ସେହିପରି ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦର ସ୍ବାଧୀନ ଭାବେ ଆରତୀ ପ୍ରଧାନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡିରୁ ୮ଜଣ, ବିଜେପିରୁ ୧ଜଣ ଏବଂ ସ୍ବାଧୀନ ଭାବେ ୪ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି ।
◆ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦର ସ୍ବାଧୀନ ଭାବେ ପୁନମ ପ୍ରିୟଦର୍ଶିନୀ ଅଧକ୍ଷା ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡିରୁ ୭ଜଣ, ବିଜେପିରୁ ୧ଜଣ ଏବଂ ସ୍ଵାଧୀନ ଭାବେ ୮ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି ।
ନୟାଗଡ଼ ମୁନିସପାଲିଟି ସହ ତିନି ଏନଏସି ନିର୍ବାଚନ ଫଳାଫଳ
