ଇଟାମାଟିରେ “ବିଶ୍ୱ କବିତା ଦିବସ” ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ବିଶ୍ୱ କବିତା ଦିବସ’ ଅବସରରେ ଏକ କବିତା ପାଠୋତ୍ସଵ ଇଟାମାଟିସ୍ଥିତ ଚନ୍ଦ୍ରକାନ୍ତି ନିଳୟ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କବିତା ଆସରରେ ବିଶିଷ୍ଟ ଅତିଥି ଭାବେ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ନାଟ୍ୟଭୂଷଣ ଡ଼ଃ ବିଜୟ ଚୌଧୁରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, ଶିଶୁ ସହିତ୍ୟିକା ବସିରନ ବିବି ପ୍ରମୁଖ ଯୋଗଦାନ କରି ସାହିତ୍ୟ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମନ୍ତ୍ରଚାରଣ କରାଯାଇଥିବା ବେଳେ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ କବି ଅଶୋକ ମଲ୍ଲ ଏବଂ ଜୟଶ୍ରୀ ଦେବୀଙ୍କ ସଂଯୋଜନା କରିଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କବିମାନେ ସ୍ଵରଚିତ କବିତା ପାଠ କରିଥିଲେ।

Related posts