ବିଜେଡ଼ି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ନିର୍ବାଚନ ପରବର୍ତ୍ତୀ ହିଂସା ବଢ଼ିବାରେ ଲାଗିଛି। ନିର୍ବାଚନରେ ହାରିବା ପରେ ଘରୁ ଡାକି ନେଇ ବିଜେଡି କର୍ମୀଙ୍କୁ କାଚ ବୋତଲ ଭୁସି ଦେଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ନହରସାହିର ସୁନୀଲ ସେଠୀଙ୍କ ସମ୍ପର୍କୀୟ ଭାଉଜ ସମିତିସଭ୍ୟ ଭାବେ ବିଜେଡି ସମର୍ଥନରେ ନିର୍ବାଚିତ ହୋଇଛନ୍ତି । ସୁନୀଲ ବିଜେଡିର ଜଣେ ଭଲ କର୍ମୀ ହୋଇଥିବା ବେଳେ ତାଙ୍କ ଉପରେ ବିଜେପି କର୍ମୀ ରାଗ ରଖିଥିଲେ। ଗତକାଲି ଉକ୍ତ ଗ୍ରାମର ବିଜେପି କର୍ମୀ ମୁନା ସେଠୀ ସୁନୀଲଙ୍କୁ କୌଣସି ବାହାନା କରି ଘରୁ ଡାକି ନେଇଥିଲେ । ଏକାଠି ମଦ୍ୟପାନ ପରେ ମଦ ବୋତଲ କାଚ ଭାଙ୍ଗି ତାଙ୍କ ପେଟରେ ଭୁଶି ଦେଇଥିବା ଅଭିଯୋଗ ହୋଇଛି। ସୁନୀଲ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମାଆ ପାର୍ବତୀ ସେଠୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ, ଯୋଜନା ବଦ୍ଧ ଭାବେ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିବା ସୁନୀଲ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ପୁଲିସ ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Related posts