ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ଗ୍ରୀନ୍ ଆର୍ଥ ନୟାଗଡ଼ ତରଫରୁ ଓଡ଼ଗାଁ ଶ୍ରୀଶ୍ରୀରଘୁନାଥଙ୍କ ପୀଠରୁ ଘରଚଟିଆ ମାନଙ୍କ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ଗ୍ରୀନ୍ ଆର୍ଥର ମୁଖ୍ୟ ତଥା ବିଦ୍ୟୁତ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଆଦିତ୍ୟ କୁମାର ଦାଶ, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର, ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମାଜ ସେବୀ ସୁକାନ୍ତ ଚନ୍ଦ୍ର ଚୈ।ଧୁରୀ, ଶିକ୍ଷକ ପଞ୍ଚାନନ ପଣ୍ଡା ଓ ଦିବାକର ମଙ୍ଗରାଜ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ଗାଁ ଅଧିକାରୀ ସାହିର ବ୍ରଜବନ୍ଧୁ ଅଧିକାରୀ ଓ ତ୍ରିନାଥ ପୃଷ୍ଟିଙ୍କ ବାସଭବନରେ ଦୁଇଟି ଘରଚଟିଆ ବସା ଏବଂ ମାଟିରେ ନିର୍ମିତ ପାଣିପାତ୍ର ରଖାଯାଇଥିଲା। ସାହିର ଉପସ୍ଥିତ ଲୋକମାନେ ଏଭଳି କାର୍ଯ୍ୟକ୍ରମକୁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ମାର୍ଚ୍ଚ ୨୦ ତାରିଖ ବିଶ୍ୱ ଘରଚଟିଆ ଦିବସ ପୂର୍ବରୁ ଘରଚଟିଆ ରହୁଥିବା ସ୍ଥାନ ନିରୁପଣ କରିବା ପାଇଁ ସଭିଏଁ ଶପଥ ନେଇଥିଲେ। ବିଭିନ୍ନ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟୁତ ବିଭାଗ କର୍ମଚାରୀ ତଥା ସମାଜ ସେବକ ପତିତପାବନ ପୃଷ୍ଟି ପରିଚାଳନା କରିଥିଲେ।
ଘରଚଟିଆଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ
