ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ତା.୦୭.୦୩.୨୦୨୨ରିଖ ଠାରୁ ତା.୧୭.୦୩.୨୦୨୨ପର୍ଯ୍ୟନ୍ତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ନୟାଗଡ଼ ଠାରେ ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ ତାଲିମ ଶିବିରରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ୪ଗୋଟି ବ୍ୟାଚ୍‌ରେ ୧୩୫ଜଣ ପଂଚାୟତ ସ୍ତରୀୟ ମାଷ୍ଟର ବୁକ୍ କିପରମାନଙ୍କୁ ଆର୍ଥିକ ସାକ୍ଷରତା ତାଲିମ ଯୋଗାଇ ଦିଆଯାଇଥିଲା । ଏହା ଦ୍ୱାରା ସମାଜରେ ଲୋକମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ସଙ୍ଗେ ସଙ୍ଗେ ଆର୍ଥିକ ପରିଚାଳନାରେ ସୁଧାର ଆସିପାରିବ। ଗ୍ରାମାଂଚଳରେ ରହୁଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି, ଅନୁନ୍ନତ ଦୁର୍ବଳ ଶ୍ରୈଣୀ ବ୍ୟକ୍ତି ବିଶେଷ ଏବଂ ମହିଳା ସ୍ୱୟଂ ସହାୟକ ଦଳର ସଭ୍ୟାମନଙ୍କୁ ଆର୍ଥିକ ସଚେତନତା ବାର୍ତା ମାଧ୍ୟମରେ ସରକାର ଓ ବ୍ୟାଙ୍କର ବିଭିନ୍ନ ଯୋଜନାଗୁଡ଼ିକୁ ସଠିକ୍ ଭାବରେ ପରିଚାଳନା କଲେ ପ୍ରତ୍ୟେକ ପରିବାରର ଆର୍ଥିକ ସମ୍ବଳରେ ଉନ୍ନତି ଅଣାଯାଇପାରିବ । ଯାହାଦ୍ୱାରା ଦେଶର ଆର୍ଥିକ ସ୍ଥିତିରେ ପରିବର୍ତନ ଦ୍ୱାରା ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ।

ତାଲିମ କାର୍ଯ୍ୟକ୍ରମ ଶେଷ ଦିବସରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ ମହୋଦୟ ଉପସ୍ଥିତ ରହି ତାଲିମାର୍ଥିମାନଙ୍କ ମନୋବଳକୁ ଦୃଢ଼ କରିବା ନିମନ୍ତେ ଉପଦେଶ ମାଧ୍ୟମରେ ମହିଳାମାନେ ଆର୍ଥିକ ସାକ୍ଷରତା ହେବା ଦ୍ୱାରା ସମାଜର ଅଗ୍ରଗତି ସମ୍ଭବ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଉପସ୍ଥିତ ଅନ୍ୟ ସମସ୍ତ ଅତିଥିଗଣ ହେଲେ ମନୋଜ କୁମାର ସ୍ୱାଇଁ, ନିର୍ଦ୍ଦେଶକ RSETI, ସଂଜୟ କୁମାର ମହାପାତ୍ର, ଡି.ପି.ଏମ., ଶ୍ରୀମତୀ ସମିଧା ପାଢ଼ୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନଶକ୍ତି, ବିଶ୍ୱଜିତ ଦାସ, ଏପିଡି ଜିବୀକା ଏବଂ ଗୋପାଳ ଚନ୍ଦ୍ର ପ୍ରଧାନ, ପ୍ରଶିକ୍ଷକ RSETI ।

Related posts