ଜାକେଡ଼ା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବାଦ ବିବାଦ, ଶାନ୍ତି କମିଟି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲା ଜାକେଡ଼ା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବହୁଦିନରୁ ମନାନ୍ତର ଏବଂ ମତାନ୍ତର ଲାଗି ରହିଥିବାରୁ ଏହାର ଆପୋଷ ବୁଝାମଣା ନିମନ୍ତେ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତିକମିଟି ବୈଠକ ଆହୁତ ହୋଇଥିଲା । ବୁଝାମଣା ମାଧ୍ୟମରେ ଉଭୟ ପକ୍ଷ ଜାକେଡ଼ା ଗ୍ରାମରେ ସହାବସ୍ଥାନ ନିମନ୍ତେ ସମ୍ମତି ପ୍ରକାଶ କରିଥିଲେ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହଯୋଗ କରିବା ପାଇଁ ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ,ଉପ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, ଏସ.ଡି.ପି.ଓ ନୟାଗଡ଼ ଶ୍ରୀ ଶୁଭେନ୍ଦୁ କୁମାର ସିହ୍ନ. ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦୟାନିଧି ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଜାକେଡ଼ାଗ୍ରାମର ସଭାପତି ଏବଂ ଉଭୟ ପକ୍ଷର ବୁଦ୍ଧିଜିବୀ ଉପସ୍ଥିତ ରହି ଶାନ୍ତି ଆଲୋଚନାରେ ଭାଗ ନେଇଥିଲେ ।

Related posts