ବିଶ୍ୱ ଜଳ ସଂରକ୍ଷଣ ଦିବସ ପାଳିଲେ ଛାତ୍ରଛାତ୍ରୀ

ଓଡ଼ଗାଁ(ନୟାଗଡ଼ ଦର୍ପଣ): ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ବ ଜଳ ଦିବସ’। ଏହି ଦିବସ ପାଳନ କରିବାର ପ୍ରଧାନ ଉଦ୍ଦେଶ୍ୟ ହେଲା ଜଳ ପ୍ରଦୂଷଣ ନିବାରଣ ଏବଂ ଜଳ ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ତଥା ଏହି କାର୍ଯ୍ୟରେ ସକ୍ରିୟ ସହଯୋଗ ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବା। ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ବ୍ଲକ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କଦ୍ବାରା ବିଶ୍ବ ଜଳ ସଂରକ୍ଷଣ ଦିବସ ଆଜି ପାଳିତ ହୋଇଯାଇଛି।

କାଯ୍ୟକ୍ରମ ଅଧିକାରୀ ସୁଷମା ମଞ୍ଜରୀ ପାଣିଗ୍ରାହୀଙ୍କ ତତ୍ବାବଧାନରେ ସ୍ବେଚ୍ଛାସେବୀ ମାନେ ମହାବିଦ୍ୟାଳୟରେ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ଜଳ ସଂରକ୍ଷଣ ବିଷୟରେ ଅବଗତ କରାଇଥିଲେ । ବୃକ୍ଷରୋପଣ ହିଁ ମୃତ୍ତିକାର ଜଳଧାରଣ କ୍ଷମତା ବଢାଇପାରିବ ବୋଲି ଦର୍ଶନ ଅଧ୍ୟାପକ ଶ୍ରୀଯୁକ୍ତ ବିଜୟାନନ୍ଦ ଶତପଥୀ ମତବ୍ୟକ୍ତ କରିଥିଲେ।କିଚେନ ଗାର୍ଡନ ପାଇଁ ରୋଷେଇଘରର ଉଦବୃତ୍ତ ଜଳ ବିନିଯୋଗ କରିବା ସଙ୍ଗେ ସଙ୍ଗେ ଅଯଥା ଗାଡିଧୂଆ ଘର ଧୂଆ ଆଦିରେ ଜଳ ବ୍ୟବହାର ନକରିବାକୁ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ବିଦ୍ୟାର୍ଥୀ ମାନଙ୍କୁ ବୁଝାଇଥିଲେ।ତତ ସହିତ ମହାବିଦ୍ୟାଳୟ ପରିବେଶ ପରିଷ୍କରଣ କରାଯାଇଥିବା ବେଳେ ଅଧ୍ୟକ୍ଷ ଭାବଗ୍ରାହୀ କର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Related posts