ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନୟାଗଡ଼ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ଆଣ୍ଟି ରାଗିଙ୍ଗ ସଚେତନତା ଉପରେ ଏକ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୌଣସି ମହାବିଦ୍ୟାଳୟରେ ରାଗିଙ୍ଗ ଯେପରି ନ ହୁଏ ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ମହାବିଦ୍ୟାଳୟମାନଙ୍କରେ ଆଣ୍ଟି ରାଗିଙ୍ଗ କମିଟି ଗଠନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ମହାବିଦ୍ୟାଳୟମାନଙ୍କରେ ଯୌନନିର୍ଯ୍ୟାତନା ଘଟଣା ଯେପରି ନ ଘଟେ ସେଥିପ୍ରତି ଧ୍ୟାନ ଦେବା ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ସ୍ଥାନର ପଂଜୀକରଣ କଲେଜ ନାମରେ ପଂଜୀକୃତ କରାଇବାନିମନ୍ତେ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷମାନଙ୍କୁ ସେ ପରାମର୍ଶ ଦେଇଥିଲେ ।
Read MoreCategory: ନୂଆଗାଁ ବ୍ଲକ
ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଆଣ୍ଟି ରାଗିଙ୍ଗ ସଚେତନତା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ସୂବର୍ଣ ଜୟନ୍ତୀ ସଭାକକ୍ଷରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଆଣ୍ଟି ରାଗିଙ୍ଗ ସଚେତନତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏ ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ବିଭିନ୍ନ ସ୍ଥାନରେ ଚାଲିଥିବା ରାଗିଙ୍ଗ ସମସ୍ୟା ଉପରେ ଗଭୀର ଦୁଃଖ ପ୍ରକାଶ କରି ଆମ ଜିଲ୍ଲାରେ କୌଣସି ସ୍ଥାନରେ ଏପରି ରାଗିଙ୍ଗ ନ ହେବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଯଦି ଏପରି କିଛି ରାଗିଙ୍ଗର ସୁରାକ୍ ମିଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏବଂ ଆଣ୍ଟି ରାଗିଙ୍ଗ କମିଟିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା, ଆଣ୍ଟି ରାଗିଙ୍ଗ କମିଟିର କର୍ମକର୍ତା, ଅଭିଯୋଗ ପ୍ରକୋଷ୍ଠର କର୍ମକର୍ତା, ଛାତ୍ରଛାତ୍ରୀ ନିବାସର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିସଚେତନତା…
Read Moreଜଳଶକ୍ତି ଅଭିଯାନ ଉପରେ କେନ୍ଦ୍ରୀୟ ଦଳର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟର ନିର୍ଦ୍ଦେଶକ ଶ୍ରୀ ବିନୟ କୁମାର ପ୍ରଜାପତି, ବରିଷ୍ଠ ବୈଜ୍ଞାନିକ ତଥା ବୈଷୟିକ ଅଧିକାରୀ(Hydro Geology) ଶ୍ରୀ ସୁଦର୍ଶନ ସାହୁଙ୍କ ସହ ଏକ କେନ୍ଦ୍ରୀୟ ଦଳ ଆଜି ନୟାଗଡ଼ ଜିଲ୍ଲାକୁ ଗସ୍ତ କରି ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଜଳଶକ୍ତି ଅଭିଯାନ ଉପରେ ସମୀକ୍ଷା କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସଭାଗୃହରେ ମଧ୍ୟାହ୍ନ ୦୧ଘଟିକା ସମୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସମୀକ୍ଷା ବୈଠକରେ ନଗର ଉନ୍ନୟନ ବିଭାଗ, ଜଙ୍ଗଲ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ମୃର୍ତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଉଠା ଜଳସେଚନ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ…
Read Moreଜନଶକ୍ତି ଉଚ୍ଚ ବିଦ୍ୟାଳୟ, ଚାହାଳିର ସୂବର୍ଣ୍ଣ ଜୟନ୍ତୀ ଉତ୍ସବ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ଜନଶକ୍ତି ଉଚ୍ଚ ବିଦ୍ୟାଳୟ, ଚାହାଳିର ସୂବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଏହି ଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ପରେ ପରେ ବିଦ୍ୟାଳୟ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ଉଦ୍ଘାଟନୀ ଉତ୍ସବ ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟ ଆଲୁମିନି କମିଟିର ସଭାପତି ତ୍ରିନାଥ ସାର ଏହି ଉତ୍ସବରେ ସଭାପତିତ୍ବ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଭାଷଣରେ କହିଲେ ଯେ, ବିଦ୍ୟାଳୟ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅନେକ ପରିବର୍ତନ ହୋଇଛି । ବର୍ତମାନ 5T ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ ହୋଇଛି । ଇଟା ଓ ମାଟିରେ ତିଆରି ବିଦ୍ୟାଳୟଟି ଆଜି ମାର୍ବଲରେ ଝଲସୁଛି…
Read Moreମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ୨୦୨୨
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୨ ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ ସତପ୍ରତିଶତ ସଫଳତା ହାସଲ କରିଛନ୍ତି। ସମୁଦାୟ ୨୬୮ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୫୬ଜଣ A1,୧୧୨ଜଣA2, ୮୩ଜଣ B1,୧୨ ଜଣ B2 ଓ ୫ଜଣ C ଗ୍ରେଡରେ ଉର୍ତ୍ତିନ ହୋଇଛନ୍ତି। ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ଵିଷ୍ଣୁ ପ୍ରିୟା ପ୍ରଧାନ ସର୍ବାଧିକ ୫୮୯ ନମ୍ବର ରଖି ବିଦ୍ୟାଳୟ ର ଗୌରବ ଅର୍ଜ୍ଜନ କରିଛନ୍ତି। ଏପରି ଅପୂର୍ବ ସଫଳତା ପାଇଁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପଟ୍ଟନାୟକ, ପରିଚାଳନା ସମିତି ର ସଦସ୍ୟ ବୃନ୍ଦ ଓ ଆଚାର୍ଯ୍ୟ ଆଚାର୍ଯ୍ୟl ଛାତ୍ରଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଏକ ମେଧାବୀ ଅଭିନନ୍ଦନ…
Read Moreବନ ମହୋତ୍ସବ ସପ୍ତାହରେ ବନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସାମ୍ପ୍ରତିକ ସମୟରେ ପରିବେଶର ଅବକ୍ଷୟ ଜୀବ ଜଗତ ପାଇଁ ଏକ ଆହ୍ୱାନ ରୂପେ ଠିଆ ହୋଇଅଛି। ପ୍ରତିକାର ସ୍ବରୂପ ଜନ ସଚେତନତା ବୃଦ୍ଧି ସହ ବଣ ପାହାଡର ସୁରକ୍ଷା ସହିତ ବ୍ୟାପକ ବୃକ୍ଷ ରୋପଣ ଏକାନ୍ତ ଜରୁରୀ ହୋଇପଡ଼ିଛି। ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି ଉଭୟ ବନ କର୍ମଚାରୀ ଓ ପରିବେଶ ପ୍ରେମୀମାନଙ୍କ ଉତ୍ତମ ବୁଝାମଣା ଓ ସହଯୋଗରେ ପରିବେଶ ସୁରକ୍ଷା ଜନିତ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥାଏ। ବନ ମହୋତ୍ସବ ସପ୍ତାହ ଉଭୟଙ୍କ ମଧ୍ୟରେ ସମ୍ପର୍କର ସେତୁ ପରି କାର୍ଯ୍ୟ କରିଥାଏ। ଏ ଦିଗରେ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କୁରାଳ ସ୍ଥିତ ଅରୋମୀରା ଟ୍ରଷ୍ଟର ଭୂମିକା ପ୍ରଶଂସନୀୟ। ଟ୍ରଷ୍ଟ ତରଫରୁ ବଣ ଜଙ୍ଗଲର ସୁରକ୍ଷାରେ ସହାୟତା କରିବା ସହିତ ବୃକ୍ଷ ରୋପଣ, ଚାରା ବଣ୍ଟନ, ଜନ ସଚେତନତା ବୃଦ୍ଧି ପାଇଁ…
Read Moreଅସନ୍ତୁଳିତ ପରିବେଶ, ମାନବ ଜାତିର ଧ୍ବଂସର କାରଣ
ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମାଟିର ସ୍ବର ତରଫରୁ ତା ୩/୭/୨୨ ରିଖ ଦିନ ରାଜ୍ୟ ସ୍ତରୀୟ ଆଭାସୀ ଆଲୋଚନା ଓ କବିତା ପାଠୋତ୍ସବ ଶୀର୍ଷକ “ପରିବେଶ ସୁରକ୍ଷା ଓ ଆସନ୍ତା ପିଢ଼ି”ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଓ କବିତା ପାଠୋତ୍ସବରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ କବି, ଲେଖକ, ସାମାଜିକ କର୍ମୀ ଓ ପରିବେଶବିତ୍ ଯୋଗଦାନ କରି ସ୍ବରଚିତ କବିତା ପାଠ କରିବା ସହିତ ଏହି ପ୍ରସଙ୍ଗ ଭିତ୍ତିକ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଶେଷ କରି ଡଃ ଲକ୍ଷ୍ମୀପ୍ରିୟା ଦେଇ,ପ୍ରଫେସର କୁଳମଣି ବାରିକ, ଶ୍ରୀଯୁକ୍ତ ନଟବର ପ୍ରଧାନ, ସସ୍ମିତା ଦାଶ, ବି. ସତ୍ଯମ୍ ଆଚାରୀ, ଶ୍ରୀଯୁକ୍ତ ସୁରେଶ କୁମାର ସାହୁ, ରୋହିତ ଜେନା, ପ୍ରେମସାଗର ଦେହେରିଆ,ଜୀତେନ୍ଦ୍ର କୁମାର ମହାରଣା, କୁମାରୀ ଅନନ୍ଯା ଦାଶ, ଶ୍ରୀକାନ୍ତ ପଣ୍ଡା, ନାରାୟଣ ସାହୁ, ସୁଶ୍ରୀ ଶୁଭସ୍ମିତା…
Read Moreନୟାଗଡ଼ରେ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ନୟାଗଡ଼ରେ ଶଷ୍ଠ ବାର୍ଷିକୀ ଜିଲ୍ଲାବ୍ୟାପି ସେବାଉତ୍ସବ ଉଦଘାଟିତ ହୋଇଯାଇଛି l ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ନୟାଗଡ଼ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏହି ଉଦ୍ଘାଟନୀ ଉତ୍ସବ ରଥରୁଡ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସମର୍ପଣ କରି ପଥପ୍ରାନ୍ତ ସଚେତନତା ସଭା ମାଧ୍ୟମରେ ଶୁଭାରମ୍ଭ କରାଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ ଓ ବିଶିଷ୍ଟ ଅତିଥି ଭାବେ ସମାଜସେବୀ ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି l ଦାନ ଓ ସେବାର ମହାନ ବାର୍ତାଦେଇ ବିଗତ ପଞ୍ଚବର୍ଷ ଧରି ଜିଲ୍ଲାର ବିଭିର୍ଣ୍ଣ ଆଦିବାସୀ ଅଧ୍ୟୁଶିତ ଓ ଦୁର୍ଗମ ଅଂଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଏହା…
Read Moreଆନ୍ତର୍ଜାତୀୟ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି । ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଏନ.ସି.ସି ଏବଂ ଏନ.ଏସ.ଏସ ର ଛାତ୍ରଛାତ୍ରୀ ଜିଲ୍ଲା ଅବକାରୀ ବିଭାଗର କର୍ମକର୍ତ୍ତା (ସେବା) ନିଶା ପରିତ୍ୟାଗ ଓ ପୁନର୍ବାସ କେନ୍ଦ୍ରର ଅନ୍ତେବାସୀ ଓ କର୍ମକର୍ତ୍ତା ମାନଙ୍କଦ୍ବାରା ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ପଠାଣି ସାମନ୍ତ ଅଡିଟୋରିୟମ ପର୍ଯ୍ୟନ୍ତ ଏକ ଜନ ସଚେତନତା ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା । ଅଡିଟୋରିୟମ ଠାରେ ଦିବା ୧୦ ଘଟିକା ସମୟରେ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ସଚେତନତା ଉପରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥୁ ରୂପେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ତାଙ୍କ ଅଭିଭାଷଣ ଦ୍ବାରା…
Read Moreକେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଆସୋସିଏସନର ନିଜର କାର୍ଯ୍ୟାଳୟରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଜିବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ନୟାଗଡ଼ ଜିଲ୍ଲା କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ସଭାପତି ପ୍ରହଲ୍ଲାଦ ସାହୁ ଓ ସମ୍ପାଦକ ସନ୍ତୋଷ ନାୟକଙ୍କ ସମେତ ଅନୁଷ୍ଠାନର…
Read More