ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ସୂବର୍ଣ ଜୟନ୍ତୀ ସଭାକକ୍ଷରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଆଣ୍ଟି ରାଗିଙ୍ଗ ସଚେତନତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏ ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ବିଭିନ୍ନ ସ୍ଥାନରେ ଚାଲିଥିବା ରାଗିଙ୍ଗ ସମସ୍ୟା ଉପରେ ଗଭୀର ଦୁଃଖ ପ୍ରକାଶ କରି ଆମ ଜିଲ୍ଲାରେ କୌଣସି ସ୍ଥାନରେ ଏପରି ରାଗିଙ୍ଗ ନ ହେବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଯଦି ଏପରି କିଛି ରାଗିଙ୍ଗର ସୁରାକ୍ ମିଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏବଂ ଆଣ୍ଟି ରାଗିଙ୍ଗ କମିଟିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା, ଆଣ୍ଟି ରାଗିଙ୍ଗ କମିଟିର କର୍ମକର୍ତା, ଅଭିଯୋଗ ପ୍ରକୋଷ୍ଠର କର୍ମକର୍ତା, ଛାତ୍ରଛାତ୍ରୀ ନିବାସର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି
ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଆଣ୍ଟି ରାଗିଙ୍ଗ ସଚେତନତା ବୈଠକ
