ଆଣ୍ଟି ରାଗିଙ୍ଗ ସଚେତନତା ଉପରେ ଜିଲ୍ଲାପାଳଙ୍କ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନୟାଗଡ଼ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ଆଣ୍ଟି ରାଗିଙ୍ଗ ସଚେତନତା ଉପରେ ଏକ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୌଣସି ମହାବିଦ୍ୟାଳୟରେ ରାଗିଙ୍ଗ ଯେପରି ନ ହୁଏ ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ମହାବିଦ୍ୟାଳୟମାନଙ୍କରେ ଆଣ୍ଟି ରାଗିଙ୍ଗ କମିଟି ଗଠନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ମହାବିଦ୍ୟାଳୟମାନଙ୍କରେ ଯୌନ
ନିର୍ଯ୍ୟାତନା ଘଟଣା ଯେପରି ନ ଘଟେ ସେଥିପ୍ରତି ଧ୍ୟାନ ଦେବା ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ସ୍ଥାନର ପଂଜୀକରଣ କଲେଜ ନାମରେ ପଂଜୀକୃତ କରାଇବା
ନିମନ୍ତେ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷମାନଙ୍କୁ ସେ ପରାମର୍ଶ ଦେଇଥିଲେ ।

Related posts