ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଜନସଂଖ୍ୟା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଅଭିନବ ପନ୍ଥା ଅନୁସରଣ କରି ପରିବାର ନିୟନ୍ତ୍ରଣ କରିବା ପାଇଁ ଡା. ବେଉରା ପରାମର୍ଶ ଦେଇଥିଲେ । ଏହି
ଅବସରରେ ତା.୨୭.୦୬.୨୦୨୨ରିଖ ଠାରୁ ତା.୧୦.୦୭.୨୦୨୨ରିଖ ପର୍ଯ୍ୟନ୍ତ ପରିବାର ନିୟନ୍ତ୍ରଣ ସଚେତନତା ପକ୍ଷ ଏବଂ ତା.୧୧.୦୭.୨୦୨୨ରିଖ ଠାରୁ ତା.୨୪.୦୭.୨୦୨୨ରିଖ ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ କରାଯିବାକୁ ଅଛି । ଏହି ଅବସରରେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ୧୨୫ଜଣ ମହିଳାଙ୍କର ଲାପ୍ରୋସ୍କୋପି ଅପରେସନ ଦ୍ୱାରା ପରିବାର ନିୟନ୍ତ୍ରଣ କରାଯାଇଛି ।
ଏଥି ସହିତ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପରିବାର ନିୟନ୍ତ୍ରଣ ଉପରେ ଭଲ କାମ କରିଥିବା ନିମ୍ନଲିଖିତ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ପୁରସ୍କୃତ କରାଯାଇଛି। ଡା. ଅରବିନ୍ଦ ମହାପାତ୍ର, ଡା. ସଂଜୟ କିଶୋର ଦାସ, ମେରିଆବେଗମ, ଏ.ଏନ.ଏମ., ଶୁଭେନ୍ଦୁ ବେହେରା, HWCM , ରଂଜୁଲତା ସାହୁ, ଆଶାକର୍ମୀ। ଏହି ବୈଠକରେ ADPHO ଡା, ସୁଭାଷ ଚନ୍ଦ୍ର ନାୟକ, DPHO ଡା. ପୁଷ୍ପା ନିଳିମା ଲାକ୍ରା, DMO(MS-cum-Supt. DP) ଡା.ସୁଧାଂଶୁ ଶେଖର ଷଡ଼ଙ୍ଗୀ, ADPHO(DC) ଡା. ନୌସଦ୍ ଅଲ୍ଲୀ ଖାଁ, ସ୍ୱାସ୍ଥ୍ୟ ସହକାରୀ, ଆଶାକର୍ମୀମାନେ ଉପସ୍ଥିତ ଥିଲେ ।