ଦଶ ପଇସାର ରଜା ଦାସିଆ ଅଜାଙ୍କ ୧୧୫ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ, ଯଦୁମଣି ସାହିତ୍ୟ ସଂସଦର ସ୍ରଷ୍ଟା ଓଡ଼ିଶା ପାଠାଗାର ଓ ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ପୁଜ୍ୟ ଦାଶରଥି ପଟ୍ଟନାୟକ ତଥା ଦଶ ପଇସାର ରଜା ଦାସିଆ ଅଜାଙ୍କ ୧୧୫ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି। ଖୁଣ୍ଟା ବାଡି ତାଡି ନିଜେ ମୁଣ୍ଡରେ ବୋହି ବୋହି କିଆରିକୁ ସମତଳ କରିଥିବାରୁ ‘ଖୁଣ୍ଟାତଡା ରଜା’ ଭାବେ ମଧ୍ୟ ସେ ବେଶ୍ ପରିଚିତ। ଗୋଟେ ପୁରୁଣା ଟିଣ ଟ୍ରଙ୍କରୁ ଆରମ୍ଭ କରିଥିଲେ ବାଞ୍ଛାନିଧି ପାଠାଗାର,ଆଜି ସେଇ ପାଠାଗାର ଦେଶ ବିଦେଶରେ  ପ୍ରଶିଦ୍ଧି ପାଇପାରିଛି। ବିରଳ ବ୍ୟକ୍ତିତ୍ବ ଥିଲେ ଆମ ଗର୍ବ ଓ ଗୌରବ ଦାସିଆ ଅଜା। ଆଜି ଲଗାତର ବର୍ଷା ସତ୍ତ୍ୱେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହ ନୟାଗଡ଼ର ସାହିତ୍ୟିକ, ବୁଦ୍ଧିଜୀବୀମାନେ ନୟାଗଡ଼ କଚେରୀ ବଜାର ଠାରେ ଥିବା ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Related posts