ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 15ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2022 ଆଜି ଓଡ଼ଗାଁ ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର, ସେବା ସମିତି ସମ୍ପାଦକ ତ୍ରିନାଥ ସାହୁ,ସମାଜସେବୀ ଦାମୋଦର ସାହୁ, ଅମିତ କୁମାର, ସୁନୀଲ କୁମାର ନାୟକ,ପରମେଶ୍ୱର ସାହୁ,ଗୁଲସନ କୁମାର ଦାସ, ମଳୟରଂଜନ ସାହୁ, ସଂଜୟ କୁମାର ପରିଡା, ବିଶ୍ୱରଂଜନ ସାହୁ, ସମ୍ବିତ କୁମାର ସାହୁ,ମନୋଜ କୁମାର ନାୟକ,ସୋମ୍ୟ ସ୍ୱୟଂପ୍ରଭା, ରାଜଲକ୍ଷ୍ମୀ ମହାନ୍ତି,ତପନ ସାମନ୍ତରାୟ, ପ୍ରମୁଖ ସାମିଲ ହୋଇଥିଲେ lଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଉଥିବା ନେଇ ଅତିଥି ମାନେ ମତ ରଖିଥିଲେ l ଅନ୍ୟପକ୍ଷେ ସନ୍ଧ୍ୟାରେ ସେବା ଉତ୍ସବ ପକ୍ଷରୁ ରଘୁନାଥ ପୀଠ ସ୍ଥିତ ଭଞ୍ଜମଣ୍ଡପଠାରେ ଏକ ସାର୍ବଜନୀନ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ପୂର୍ବତନ କନ୍ଧମାଳ ସାସଂଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ସମ୍ମାନିତ ଅତିଥି ଭାବେ ପରିବେଷବିତ ସୁକାନ୍ତ ଚୌଧୁରୀ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସେବା ସମିତି ସଦସ୍ୟ ସୁନୀଲ କୁମାର ନାୟକ ଓ ପରମେଶ୍ୱର ସାହୁ ପ୍ରମୁଖ ମଂଚାସୀନ ହୋଇଥିଲେ l ଶେଷରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ସହାଭାଗିତାରେ ବିଭିର୍ଣ୍ଣ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମନ ମୋହିଥିବା ବେଳେ ନୟାଗଡ଼ର ଭକ୍ତିର ସ୍ୱର ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଭକ୍ତି ସଂଗୀତ ବିଳମ୍ବିତ ରାତି ଯାଏଁ ପାରିବେଶିତ ହୋଇଥିଲା l

