ନୟାଗଡ଼,(ନୟାଗଡ଼ ଦର୍ପଣ): ପରିବେଶ ସୁରକ୍ଷା ନିମନ୍ତେ ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ନୟାଗଡ ରେଳବାଇ କଲୋନୀ ଠାରେ ବୃକ୍ଷ ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଜଣାଶୁଣା ପରିବେଶବିତ ଗଛ ସାର (ଅନ୍ତର୍ଯ୍ୟାମୀ ସାହୁ ) ଯୋଗଦାନ କରି ବୃକ୍ଷ ରୋପଣ କରିବା ସଙ୍ଗେ ସଙ୍ଗେ ଭାରତ ବିକାଶ ପରିଷଦ ର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଆଗାମୀ ଦିନରେ ବହୁତ ପ୍ରକାର ବିଲୁପ୍ତ ପ୍ରାୟ ଗଛ ଯଥା : ପଳାସ, ମୁକ୍ତାମଜା, ଫାସୀ, ଅସନ, ଧଉରା ଇତ୍ୟାଦି ସହ ତାଳ ଓ ଖଜୁରୀ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ l ପରିଷଦ ର ଅଧ୍ୟକ୍ଷ ହରେକୃଷ୍ଣ ସାହୁ ଙ୍କ ଆବାହକତ୍ୱ ରେ ଉକ୍ତ କାର୍ଯ୍ୟକ୍ରମ ରେ ସମାଜ ସେବୀ ଦାମୋଦର ସାହୁ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ସଚିବ ଅନାଦି ଚରଣ ମହାନ୍ତି, କାମାକ୍ଷା ପ୍ରସାଦ ଦାଶ, ଅଜୟ ପଟ୍ଟନାୟକ ଓ ଲକ୍ଷ୍ମୀକାନ୍ତ ଦାଶ ପ୍ରଭୃତି ସଦସ୍ୟ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ l
ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ବୃକ୍ଷ ରୋପଣ
