ନୟାଗଡ଼,(ନୟାଗଡ଼ ଦର୍ପଣ): ନ୍ୟାସନାଲ ଇନସୁରାନ୍ସ କମ୍ପାନୀର ନୟାଗଡ଼ ଶାଖା ଅଫିସକୁ ଭୁବନେଶ୍ୱର ଉଠାଇ ନେବାର ନିଷ୍ପତ୍ତି ଅତ୍ୟନ୍ତ ମନୋମୁଖୀ, ଜନବିରୋଧୀ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସି.ଆଇ.ଟି.ୟୁ.ର ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ର ଏବମ୍ ସମ୍ପାଦକ ପବିତ୍ର ଇନ୍ଦ୍ରଜିତ୍ ପ୍ରକାଶ କରିଛନ୍ତି।ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ଜୁନ୍୩୦ତାରିଖ ପ୍ରେସ୍ ବିଜ୍ଞପ୍ତି ନୟାଗଡ଼ ଜନସାଧାରଣ ଓ ହଜାର ହଜାର ବୀମାଧାରୀ ଉପଭୋକ୍ତା ମାନଙ୍କ ମଧ୍ୟରେ ଗଭୀର କ୍ଷୋଭ ସୃଷ୍ଟି କରିଛି।୧୯୮୭ମସିହାରୁ କ୍ଷୁଦ୍ର ଜମା ପଲିସି,ଗାଡ଼ି ମଟର ବୀମା, ସ୍ବାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ ବୀମା କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ତଥା ନୟାଗଡ଼ର ଲକ୍ଷ ଲକ୍ଷ ଲୋକଙ୍କ କାମରେ ଆସୁଥିବା ଏହି ଶାଖାକୁ ଭୁବନେଶ୍ୱର ଉଠାଇବାର ଅପଚେଷ୍ଟା କରାଗଲେ ଏହା ବିରୋଧରେ ପ୍ରତିରୋଧମୂଳକ ଆନ୍ଦୋଳନ ସଙ୍ଗଠିତ କରାଯିବ ଓ ବିରୋଧ କରାଯିବ। କର୍ତ୍ତୃପକ୍ଷମାନେ ଜାଣି ଶୁଣି ବିଭିନ୍ନ ବଡପରିମାଣର ବୀମାକୁ ନୟାଗଡ଼ରୁ ବିୟୋଗ କରି ଅନ୍ୟ ଶାଖା ସହିତ ଯୋଗ କରୁଥିବାରୁ ଏହାକୁ ଦୁର୍ବଳ କରିବା ପାଇଁ ଓ ଉଠାଇ ନେବାକୁ ଏକ ବଡଧରଣର ଷଡଯନ୍ତ୍ରର ସୂଚନା ମିଳିଛି। ଏହାର ପ୍ରତିବାଦରେ ଆସନ୍ତା ତା୧୯.୦୭.୨୦୨୨ରିଖରେ ଜନସାଧାରଣଙ୍କ ପକ୍ଷରୁ ନୟାଗଡରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି।
ନୟାଗଡ଼ରୁ ଉଠିଯିବ ନ୍ୟାସନାଲ ଇନସୁରାନ୍ସ କମ୍ପାନୀର ନୟାଗଡ଼ ଶାଖା
