ନୟାଗଡ଼,(ନୟାଗଡ ଦର୍ପଣ): ବିଜୁ ଶ୍ରମିକ ସାମୁଖ୍ୟ ସହ ବନ୍ଧିତ ନୟାଗଡ଼ ଜିଲ୍ଲା ଖବର କାଗଜ ବିତରକ ସଂଘର ବୈଠକ ନୟାଗଡ଼ ପୁରୁଣା ସହର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କାଶୀନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ସହ ସଂପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ସଂଗଠନ ଦ୍ୱାରା ବିତରକମାନଙ୍କର କିପରି ସୁବିଧା ହେଉଛି ତାହା ବର୍ଣ୍ଣନା କରିଥିଲେ । କରୋନା ସହାୟତା ପ୍ରଦାନ କରିବା ସହ ପରିଚୟପତ୍ର ଯୋଗାଇ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ବୈଠକରେ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଯେଉଁ ବିତରକମାନେ କୋଭିଡ ସହାୟତା ରାଶି ଓ ପରିଚୟ ପତ୍ର ପାଇନାହାନ୍ତି ଜିଲ୍ଲା ସୂଚନା ଅଧିକାରୀ ଓ ଶ୍ରମ ବିଭାଗ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ବୈଠକରେ…
Read MoreCategory: ଓଡ଼ଗାଁ ବ୍ଲକ
ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ
ନୟାଗଡ଼,(ନଯାଗଡ ଦର୍ପଣ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆଜିଠାରୁ ନୟାଗଡ଼ ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ନୟାଗଡ ଜିଲ୍ଲାରେ ଆଜି ୨ ଜଣ ଜିଲ୍ଲା ପରିଷଦ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨୧୯ ଜଣ ୱାର୍ଡ଼ ସଭ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣା ପଡିଛି । ନୟାଗଡ଼ ବ୍ଲକରେ ସର୍ବାଧିକ ୨୨ ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ଦାଖଲ କରିଥିବା ବେଳେ ନୂଆଗାଁ ବ୍ଲକରେ ୨୧ ଜଣ ୱାର୍ଡ଼ ସଭ୍ୟ, ୨ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ଭାବେ ଦଶପଲ୍ଲା ବ୍ଲକରେ ୧୬ ୱାର୍ଡ଼ ସଭ୍ୟ, ୪ ଜଣ ସରପଞ୍ଚ, ୩ ଜଣ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଗଣିଆ ବ୍ଲକରେ ୮ ଜଣ ୱାର୍ଡ଼ ସଭ୍ୟ…
Read Moreଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଡା. ପୋମା ଟୁଡୁ
ନୟାଗଡ଼ ଜିଲ୍ଲାରେ କୋଭିଡ୍ କଲସେଂଟର ପୁନଃ କାର୍ଯ୍ୟକ୍ଷମ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଆଜି ମଧ୍ୟାହ୍ନ ୧୨ଘଟିକା ସମୟରେ ଭିଡ଼ିଓ କନ୍ଫରେନ୍ସି ଜରିଆରେ ଜିଲ୍ଲାର କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସମସ୍ତ ବ୍ଲକର କୋଡ଼ିଡ୍ ନୋଡାଲ ଅଧିକାରୀମାନେ ଯୋଗଦାନ କରିଥିଲେ । ଆଜି ଠାରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଡ଼ିଡ୍ କଲସେଂଟର ପୁନଃକାର୍ଯ୍ୟକ୍ଷମ ହୋଇଅଛି । ଏହା ଦ୍ୱାରା ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କର ସ୍ଥିତି ସଂପର୍କରେ କାର୍ଯ୍ୟରେ ଥିବା ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀମାନେ କଲସେଂଟରରୁ ପଚାରି ବୁଝିବାରେ ସହଜ ହେବ।
Read Moreଓଡ଼ିଆ ବୀର ଚିତ୍ତରଂଜନଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ ଦର୍ପଣ): ଆଜି ନୟାଗଡ ଜିଲ୍ଲାପାଳ ଡା. ପୋମା ଟୁଡୁ ତାଙ୍କର ଆବାସିକ କାର୍ଯ୍ୟାଳୟରେ ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର ପଥରପୁଂଜି ଗ୍ରାମ ଏବଂ ସୁନାଖଳା ଶ୍ରୀ ଅରବିନ୍ଦ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଓଡ଼ିଆ ବୀର ଶ୍ରୀ ଚିତ୍ତରଂଜନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ପ୍ରଧାନ ଧ୍ୟାନ ଓ ଯୋଗ ନିମନ୍ତେ ପୁଡୁଚେରୀ ଶ୍ରୀ ମା ଓ ଶ୍ରୀ ଅରବିନ୍ଦ ଆଶ୍ରମକୁ ଯାଇଥିଲେ । ଗତ ୦୮.୦୧.୨୦୨୨ରିଖ ଅପରାହ୍ନରେ ପୁଡୁଚେରୀ ସମୁଦ୍ର ବେଳାଭୂମିରେ ବୁଲୁଥିବା ଅବସରରେ ସମୁଦ୍ର ଭିତରେ ବୁଡ଼ିଯାଉଥିବା ମହିଳା ବକ୍ସିଂ ଖେଳାଳୀ ଓ ତାଙ୍କ କୋଚ୍ଙ୍କୁ ଉଦ୍ଧାର କରି ଜୀବନ ବଂଚାଇଥିଲେ । ତାଙ୍କର ଏହି ସାହସିକ ପଦକ୍ଷେପକୁ ତାମିଲନାଢୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଏବଂ ପୁଡୁଚେରୀର ବାଚସ୍ପତି ଆର. ସେଲଭମ୍ ଓଡ଼ିଶାର ବୀରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ କାର୍ଯ୍ୟକୁ ମନେପକାଇ…
Read Moreୟୁନିସେଫ୍ ତରଫରୁ ଦଣ୍ଡୋର ଗ୍ରାମରେ ଆଲୋଚନାଚକ୍ର
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ୟୁନିସେଫ୍ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ସରକାର ତରଫରୁ ମିଳିତ ଭାବେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ଏବଂ ହରିଡାବନ୍ଧ ପଞ୍ଚାୟତକୁ “ଶିଶୁମିତ୍ର” ପଞ୍ଚାୟତ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏ ଅବସରରେ ୟୁନିସେଫର ପରାମର୍ଶଦାତା ଅଶୋକ କୁମାର ମହାପାତ୍ର ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡ଼ିଶା ସରକାରଙ୍କ ତରଫରୁ ପୂର୍ବତନ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷା ରଞ୍ଜୁବାଳା ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁରାଳ ପଞ୍ଚାୟତ ଅଧୀନ ଦଣ୍ଡୋର ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଡଃ ଅଧିବାସ ପଣ୍ଡା, ଦିବାକର ପଣ୍ଡା, ଶାନ୍ତନୁ ବିଶୋୟୀ, ଭରତ ସାହାଣୀ, ସନ୍ୟାସୀ ମିଶ୍ର, ଲକ୍ଷ୍ମଣ ସ୍ୱାଇଁ, ନାରାୟଣ ରାଉତ, ବୄନ୍ଦାବନ ରାଉତ, ସରସ୍ବତୀ ପଣ୍ଡା, ପ୍ରଭାତ ପଣ୍ଡା, ରବୀନ୍ଦ୍ର ମିଶ୍ର, ଆଶିଷ…
Read Moreନିଜ ଜୀବନକୁ ପାଣି ଛଡାଇ ରକ୍ଷା କଲେ ଦୁଇ ଜୀବନ
ପ୍ରଶଂସା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି।ଓଡିଶା ପାଇଁ ଗୌରବ ଆଣିଲେ ଚିତରଞ୍ଜନ ରଣପୁର/ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଅସୀମ ସାହାସିକତା ପ୍ରଦର୍ଶନ ପୂର୍ବକ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଦୁଇ ଜୀବନ।ଏଭଳି କାର୍ଯ୍ୟ ପାଇଁ ପୁଡୁଚେରୀ ବାଚସ୍ପତି ନିଜ ବାସଭବନରେ ଚିତରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ପ୍ରଶଂସା କରିବା ସହ ଓଡ଼ିଶାର ବିଜୁ ପଟ୍ଟନାୟକ ବୋଲି କହି ଟୁଇଟ କରିଛନ୍ତି। ଓଡିଶା ପାଇଁ ଏଭଳି ଗୌରବ ଆଣିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଥରପୁଞ୍ଜି ଗାଁର ୧୯ ବର୍ଷୀୟ ଯୁବକ ଚିତ୍ତରଞ୍ଜନ ପ୍ରଧାନ।ସୂଚନା ଅନୁଯାୟୀ ଚିତରଞ୍ଜନ ମେଡିଟେସନ ପାଇଁ ଯାଇଥିଲେ ପୁଦୁଚେରୀ।ପୁଦୁଚେରୀ ବେଳାଭୂମିରେ ବୁଲୁଲୁଥିବା ବେଳେ ହଠାତ ସମୁଦ୍ରରେ ତିନି ଜଣ ବୁଡ଼ି ଯାଉଥିବାର ସେ ଦେଖିବାକୁ ପାଇଥିଲେ।ସେଠାରେ ପୁଦୁଚେରୀ ପୋଲିସ ଏବଂ କୋଷ୍ଟଗାର୍ଡଙ୍କ ସମେତ ବହୁ ଦେଖଣାହାରୀ ପର୍ଯ୍ୟଟକ…
Read Moreଠକରା ବାଦ୍ୟକାରକୁ ସମ୍ମାନିତ କଲା ଅନନ୍ୟା ଫାଉଣ୍ଡେସନ୍
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଚୀନ କାଳର ବହୁ ଲୋକନୃତ୍ୟ, ପାରମ୍ପରିକ ବାଦ୍ୟ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ବିଭିନ୍ନ କ୍ଷେତ୍ରରୁ ପ୍ରୋତ୍ସାହନ ନ ମିଳିବା ତଥା ଏ ସବୁକୁ ନିର୍ଭର କରି ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉ ନଥିବାରୁ ଧୀରେ ଧୀରେ କଳାକାର ମାନେ ଅନ୍ୟ ପନ୍ଥା ଆଦରି ନେଲେଣି। ଆମ ଓଡ଼ିଶାର ଏଭଳି କିଛି ପରମ୍ପରା ବୁଡ଼ିବାକୁ ବସିଥିବା ବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆଶାର ଆଲୋକ ନେଇ କିଛି ଯୁବ ପିଢ଼ି ଏ ଦିଗରେ ଆକୃଷ୍ଟ ହୋଇ ଆଗକୁ ଆସୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଶରଣକୁଳ ଗୋଡ଼ିପଲ୍ଲୀର ନବମ ଶ୍ରେଣୀର ଛାତ୍ର ସଂଗ୍ରାମ କେଶରୀ ସ୍ୱାଇଁ। ଏତେ କୋମଳ ବୟସରୁ ଠକରା ନାମକ ଏକ ବାଦ୍ୟ ଯନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ପରିବେଷଣ କରି ସୋସିଆଲ୍ ମିଡିଆରେ ଖୁବ ପ୍ରଶଂସା ସାଉଁଟିଛନ୍ତି।…
Read Moreରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ମିନି ମାରାଥନ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଏକ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରାଥନର ଶୁଭ ଉଦଘାଟନ କରିଥିବା ବେଳେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ସମାଜସେବୀ ସନ୍ତୋଷ ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟର ଅଧକ୍ଷ ଶାରଦା ପ୍ରସାଦ ମହାପାତ୍ର, ଯୁବ ସମଜସେବୀ ଚିତ୍ତ ରଂଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସାହିତ୍ୟିକ ତଥା ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ମଞ୍ଚ ପରିଚାଳନା…
Read Moreଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ା ରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ କୋଭିଡ୍ ନିୟମ ପାଳନ କରି ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ସକାଳ ୧୦ଘଟିକା ସମୟରେ ସ୍ବାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ଯ ଅତିଥି ଭାବେ ଟିକାତାଳ ଶ୍ରୀରାମକୃଷ୍ଣ ସେବାଶ୍ରମର ଅଧ୍ଯକ୍ଷ ଶ୍ରୀମତ୍ ସ୍ବାମୀ ଭାଗବତାନନ୍ଦ ପୁରୀ ପ୍ରଥମେ ଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମର ଶୁଭ ଉନ୍ମୋଚନ କରିବା ସହିତ ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ଦାମୋଦର ସାହୁ ଯୋଗଦେଇଥିଲେ। ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ଯ…
Read Moreଆଇନ ବ୍ୟବସ୍ଥାରେ ସହଯୋଗ ପାଇଁ ଜିଲ୍ଲାରେ ୧୮ ଜଣ ଆଇନଜୀବୀଙ୍କୁ ସରକାରୀ ନିଯୁକ୍ତି
ନୟାଗଡ଼,(ନୟାଗଡ ଦର୍ପଣ): ଆଇନ ବ୍ୟବସ୍ଥାରେ ସହଯୋଗ ପାଇଁ ଜିଲ୍ଲାରେ ୧୮ ଜଣ ଆଇନଜୀବୀଙ୍କୁ ସରକାର ନିଯୁକ୍ତ କରିଛନ୍ତି । ନୟାଗଡ଼ରେ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ଇନ୍ଦୁଭୂଷଣ ମିଶ୍ର, ଖଣ୍ଡପଡ଼ା ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ମନୋଜ କୁମାର ମିଶ୍ର, ଓଡ଼ଗାଁରେ ଅତିରିକ୍ତ ଆଇନଜୀବୀ ଭାବେ ଜ୍ଞାନ ନାରାୟଣ ପାତ୍ର ଏବଂ ସୁରେନ୍ଦ୍ର କୁମାର ସେନାପତି, ନୟାଗଡ଼ ଏଡିଜେରେ ସହଯୋଗୀ ଓକିଲ ଭାବେ ସ୍ୱଦେଶ ମିଶ୍ର, ଜେଏମ୍ଏଫସି ଭାପୁର ପାଇଁ ସହଯୋଗୀ ଓକିଲ ଭାବେ କୈଳାଶ ଚନ୍ଦ୍ର ସାହୁ, ନୟାଗଡ଼ ସହକାରୀ ଆଇନଜୀବୀ ଭାବେ ବିଭୂପ୍ରସାଦ ହୋତା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଶୁତୋଷ ସାମନ୍ତରାୟ, ନିରଞ୍ଜନ ଦାଶ, ଚିନ୍ତାମଣୀ ରଥଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ଭାବେ କାର୍ଯ୍ୟ ନିର୍ବାହୀ ବିଚାରପତି ଖଣ୍ଡପଡ଼ାଙ୍କ କୋର୍ଟରେ ସହକାରୀ ଓକିଲ ଭାବେ କମଳକାନ୍ତ ଦାଶ, କାର୍ଯ୍ୟ ନିର୍ବାହୀ ବିଚାରପତି ଭାପୁରଙ୍କ କୋର୍ଟରେ…
Read More