ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ବେହେରା ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନୟାଗଡ଼ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ସେ ଆଜି ପୂର୍ବାହ୍ନରେ ନୟାଗଡ଼ରେ ପହଁଚି ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ସହିତ ନିର୍ବାଚନ ସମ୍ବନ୍ଧୀୟ ସମୀକ୍ଷା ବୈଠକ କରିଥିଲେ । ପରେ ପରେ ସେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟଙ୍କ ସହିତ ଓଡ଼ଗାଁ ବ୍ଲକକୁ ଗସ୍ତ କରି ବ୍ଲକ କାର୍ଯ୍ୟାଳୟ ଏବଂ ରଙ୍ଗଣିପାଟଣା ପଂଚାୟତରେ ପ୍ରାର୍ଥୀପତ୍ର ଦାଖଲ ତଦାରଖ କରିଥିଲେ । ଅପରାହ୍ନରେ ନୟାଗଡ଼ ବ୍ଲକ ଗସ୍ତ କରି ବ୍ଲକ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ମଧ୍ୟ ତଦାରଖ କରିଥିଲେ ଏବଂ ପରେ ପରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଳ ତଦାରଖ କରି ସନ୍ତୋଷ ପ୍ରକାଶ କରିଥିଲେ । ଉପସ୍ଥିତ ନିର୍ବାଚନ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଲେ ଯେ, ପ୍ରାର୍ଥୀମାନେ ଯେଭଳି କୋଭିଡ୍ କଟକଣା ଓ ନିର୍ବାଚନ ଆଚରଣ ବିଧି ଠିକ୍ ଭାବରେ ପାଳନ କରିବେ ସେଥିପ୍ରତି ସତର୍କ ଦୃଷ୍ଟି ରଖିବେ ।
ନୟାଗଡ଼ ଜିଲ୍ଲା ନିମନ୍ତେ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା
