ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲାରେ ପଞ୍ଚମ ଦିନରେ ୩୦୯୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲାରେ ୨୧୮୮ ଜଣ ୱାର୍ଡ଼ ସଭ୍ୟ, ୪୪୭ ଜଣ ସରପଞ୍ଚ, ୩୯୧ ଜଣ ସମିତି ସଭ୍ୟ ଓ ୭୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକରେ ୪୮୦ ଜଣ ୱାର୍ଡ଼ସଭ୍ୟ ୮୩ ସରପଞ୍ଚ ପ୍ରାର୍ଥୀ ଏବଂ ୭୬ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନୂଆଗାଁ ବ୍ଲକରେ ୧୮୮ ୱାର୍ଡ଼ସଭ୍ୟ, ୩୫ ଜଣ ସରପଞ୍ଚ, ୫୧ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଦଶପଲ୍ଲା ବ୍ଲକରେ ୧୯୧ ୱାର୍ଡ଼ ସଭ୍ୟ, ୩୯ ଜଣ ସରପଞ୍ଚ, ୩୬ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଗଣିଆ ବ୍ଲକରେ ୮୪ ଜଣ ୱାର୍ଡ଼ସଭ୍ୟ, ୨୯ ସରପଞ୍ଚ, ୨୫ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଖଣ୍ଡପଡ଼ା ବ୍ଲକରେ ୨୫୩ ଜଣ ୱାର୍ଡ଼ ସଭ୍ୟ, ୪୯ ଜଣ ସରପଞ୍ଚ, ୪୭ ଜଣ ସମତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଭାପୁର ବ୍ଲକରେ ୧୮୩ ଜଣ ୱାର୍ଡ଼ସଭ୍ୟ, ୪୩ ଜଣ ସରପଞ୍ଚ, ୪୨ ଜଣ ସମିତସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ରଣପୁର ବ୍ଲକରେ ୪୩୦ ଜଣ ୱାର୍ଡ଼ସଭ୍ୟ, ୮୪ ଜଣ ସରପଞ୍ଚ ପାର୍ଥୀ, ୬୭ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଓଡ଼ଗାଁ ବ୍ଲକରେ ସର୍ବାଧିକ ୩୬୯ ଜଣ ୱାର୍ଡ଼ସଭ୍ୟ, ୮୪ ଜଣ ସରପଞ୍ଚ ଏବଂ ୪୬ ଜଣ ସମିତିସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଆଜି ଜିଲ୍ଲାରୁ ୭୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।
ଅନ୍ତିମ ଦିବସରେ ଜିଲ୍ଲାରେ ୩୦୯୯ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
