ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଏନ୍ଏସି ହାଇସ୍କୁଲ ନିକଟରେ ଶୁକ୍ରବାର ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ କାର ଦୁର୍ଘଟଣାରେ ପୁରୁଣାସହରର ପ୍ରମୋଦ କୁମାର ରାଉତଙ୍କ ମୃତ୍ୟୁ ଘଟିଛି । ସେ ଶ୍ରୀରାମ ଭିଲେଜର ମାଲିକ ବୋଲି ଜଣାଯାଇଛି । ଆଜି ସକାଳୁ ଦ୍ରୁତ ଗତିରେ ଯାଉଥିବା ଏକ କାର ତାଙ୍କୁ ଏନ୍ଏସି ହାଇସ୍କୁଲ ନିକଟ ବ୍ୟାଙ୍କଠାରେ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା କାର ଘଟଣାସ୍ଥଳରୁ ଚମ୍ପଟ ମାରିଛି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଏନଏସି ହାଇସ୍କୁଲ ନିକଟରେ ଦୁର୍ଘଟଣା, ଜଣେ ମୃତ
