ନୟାଗଡ଼,(ନୟାଗଡ ଦର୍ପଣ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ୧୨୯୫ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲାରେ ୧୦୩୪ ଜଣ ୱାର୍ଡ଼ ସଭ୍ୟ, ୧୨୧ ଜଣ ସରପଞ୍ଚ, ୧୨୩ ଜଣ ସମିତି ସଭ୍ୟ ଓ ୧୭ ଜଣ ଜିଲ୍ଲା ପରିଷଦ ପାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକରେ ୧୭୧ ଜଣ ୱାର୍ଡ଼ସଭ୍ୟ ୧୭ ସରପଞ୍ଚ ପ୍ରାର୍ଥୀ ଏବଂ ୧୨ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନୂଆଗାଁ ବ୍ଲକରେ ୧୧୮ ୱାର୍ଡ଼ସଭ୍ୟ, ୧୧ ଜଣ ସରପଞ୍ଚ ପାର୍ଥୀ, ୨୨ ସମିତିସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଦଶପଲ୍ଲା ବ୍ଲକରେ ୭୮ ୱାର୍ଡ଼ ସଭ୍ୟ, ୨୨ ଜଣ ସରପଞ୍ଚ, ୧୧ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ଗଣିଆ ବ୍ଲକରେ ୩୦ ଜଣ ୱାର୍ଡ଼ସଭ୍ୟ, ୪ ସରପଞ୍ଚ ଓ ୪ ଜିଲ୍ଲା ପରିଷଦ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଖଣ୍ଡପଡ଼ା ବ୍ଲକରେ ୧୦୮ ଜଣ ୱାର୍ଡ଼ ସଭ୍ୟ, ୮ ଜଣ ସରପଞ୍ଚ, ୧୫ ଜଣ ସମତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଭାପୁର ବ୍ଲକରେ ୧୩୧ ଜଣ ୱାର୍ଡ଼ସଭ୍ୟ, ୧୨ ଜଣ ସରପଞ୍ଚ, ୧୧ ଜଣ ସମିତସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ରଣପୁର ବ୍ଲକରେ ୧୩୫ ଜଣ ୱାର୍ଡ଼ସଭ୍ୟ, ୨୦ ଜଣ ସରପଞ୍ଚ ପାର୍ଥୀ, ୨୦ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି ଓଡ଼ଗାଁ ବ୍ଲକରେ ସର୍ବାଧିକ ୨୬୩ ଜଣ ୱାର୍ଡ଼ସଭ୍ୟ, ୨୬ ଜଣ ସରପଞ୍ଚ ଏବଂ ୨୮ ଜଣ ସମିତିସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି ଆଜି ଜିଲ୍ଲାରୁ ୧୭ ଜଣ ଜିଲ୍ଲା ପରିଷଦ ପାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।
ଚତୁର୍ଥ ଦିବସରେ ଜିଲ୍ଲାରେ ୧୨୯୫ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
