ତୃତୀୟ ଦିନରେ ୨୦୬୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ତୃତୀୟ ଦିନରେ ୨୦୬୮ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲାରେ ୧୫୦୯ ଜଣ ୱାର୍ଡ ସଭ୍ୟ, ୩୦୬ ଜଣ ସରପଞ୍ଚ, ୨୩୮ ଜଣ ସମିତି ସଭ୍ୟ ଓ ୧୫ ଜଣ ଜିଲ୍ଲା ପରିଷଦ ପାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକରେ ୧୩୭ ଜଣ ୱାର୍ଡ଼ସଭ୍ୟ ୨୭ ସରପଞ୍ଚ ପ୍ରାର୍ଥୀ ଏବଂ ୧୫ ଜଣ ସମିତି ସଭ୍ୟପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନୂଆଗାଁ ବ୍ଲକରେ ୧୬୨ ୱାର୍ଡ଼ସଭ୍ୟ, ୩୩ ଜଣ ସରପଞ୍ଚ ପାର୍ଥୀ, ୨୨ ସମିତିସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଦଶପଲ୍ଲା ବ୍ଲକରେ ୯୭ ୱାର୍ଡ଼ ସଭ୍ୟ, ୩୮ ଜଣ ସରପଞ୍ଚ, ୩୯ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ଗଣିଆ ବ୍ଲକରେ ୫୨ ଜଣ ୱାର୍ଡ଼ସଭ୍ୟ, ୭ ସରପଞ୍ଚ ଓ ୨ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଖଣ୍ଡପଡ଼ା ବ୍ଲକରେ ୧୯୨ ଜଣ ୱାର୍ଡ଼ ସଭ୍ୟ, ୪୧ ଜଣ ସରପଞ୍ଚ, ୨୮ ଜଣ ସମତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଭାପୁର ବ୍ଲକରେ ୨୬୯ ଜଣ ୱାର୍ଡ଼ସଭ୍ୟ, ୩୨ ଜଣ ସରପଞ୍ଚ, ୩୯ ଜଣ ସମିତସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ରଣପୁର ବ୍ଲକରେ ୩୩୫ ଜଣ ୱାର୍ଡ଼ସଭ୍ୟ, ୭୪ ଜଣ ସରପଞ୍ଚ ପାର୍ଥୀ, ୪୮ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଓଡ଼ଗାଁ ବ୍ଲକରେ ସର୍ବାଧୂକ ୨୬୫ ଜଣ ୱାର୍ଡ଼ସଭ୍ୟ, ୫୪ ଜଣ ସରପଞ୍ଚ ଏବଂ ୪୫ ଜଣ ସମିତିସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି ଆଜି ଜିଲ୍ଲାରୁ ୧୫ ଜଣ ଜିଲ୍ଲା ପରିଷଦ ପାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ କଂଗ୍ରେସ ଦଳ ୧୧ ଜଣ ପ୍ରାର୍ଥୀ ରହିଥିବା ଜଣାଯାଇଛି ।

Related posts