ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ ଗାତେରୀ ପଞ୍ଚାୟତରେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡସଭ୍ୟ ପ୍ରାର୍ଥୀମାନେ ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହୋଇଛନ୍ତି । ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ସାହାଣୀ, ସମତିସଭ୍ୟ ପ୍ରାର୍ଥୀନୀ ହରପ୍ରିୟା ଦାଶ ବିଜୟୀ ହୋଇଛନ୍ତି । ଏହି ପଞ୍ଚାୟତର ପ୍ରତ୍ୟେକ ସଭ୍ୟ ମଧ୍ୟ ଅପ୍ରତିଦ୍ବନ୍ଦୀବିଜୟୀ ହୋଇଥିବା ସୂଚନା ମିଳିଛି । ଓଡ଼ଗାଁ ବ୍ଳକ ବାଣ୍ଠପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ପ୍ରଧାନ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିବାରୁ ସୁନୀତା ବାରିକ ନିଦ୍ୱନ୍ଦରେ ସରପଞ୍ଚ ପଦବୀକୁ ନିର୍ବାଚିତ ହୋଇଥିଲେ । ସେହିଭଳି ଭାବେ ସମିତିସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ମମତା ପ୍ରଧାନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସସ୍ମିତା ଦଳବେହେରା ନିର୍ବାଚିତ ହୋଇଥିବା ବେଳେ ସମସ୍ତ ୧୫ ୱାର୍ଡ଼ସଭ୍ୟ ମଧ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ସେହିପରି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ନୟାଗଡ଼ ବ୍ଳକ କ୍ରିଦାଶପୁର ପଞ୍ଚାୟତ ବିଜେଡି ସମର୍ଥୀତ ସରପଞ୍ଚ ପାର୍ଥୀନୀ ସଞ୍ଜୁବାଳା ବିଶ୍ଵାଳ ଏବଂ ସମିତିସଭ୍ୟ ପ୍ରାର୍ଥୀନୀ ବାସନ୍ତି ଦେବୀ ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହୋଇଛନ୍ତି । କ୍ରିଦାଶପୁର ପଞ୍ଚାୟତ ନିର୍ବାଚନ ମଇଦାନରେ ସରପଞ୍ଚ ପଦବୀ ପାଇଁ ୬ ଜଣ ପ୍ରାର୍ଥୀ ଏବଂ ସମିତି ସଭ୍ୟ ପଦବୀ ପାଇଁ ୨ ଜଣ ପ୍ରାର୍ଥୀ ରହିଥିଲେ। ସେହିପରି ନଡ଼ିଆଳି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପୂଜାଶ୍ରୀ ବରାଡ଼ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି।
ଜିଲ୍ଲାର କେଉଁ କେଉଁ ପଞ୍ଚାୟତରେ ଅପ୍ରତିଦ୍ବନ୍ଦୀ ହେଲେ ସରପଞ୍ଚ, ସମିତି ଓ ୱାର୍ଡ ସଭ୍ୟ
