ପାହାଡ଼ ଉପରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବ୍ରଜକୋଟ ପଞ୍ଚାୟତ ଅଧିନରେ ଥିବା ଶ୍ରୀକୃଷ୍ଣପୁର ଗ୍ରାମ ନିକଟରେ ଥିବା ପାହାଡରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଶରୀର ପଡିଥିଲା । ମୃତ ଶରୀରଟି ପଚିଯାଇଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଥିଲା । ସ୍ଥାନୀୟ ଲୋକେ ଶବଟିକୁ ଦେଖି ରଣପୁର ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ରଣପୁର ପୁଲିସ୍ ପହଞ୍ଚି ପଚିଯାଇଥିବା ମୃତ ଶରୀରର ପଚିଚୟ ବିଷୟରେ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ ମଧ୍ୟ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିଲା । ଯାହାଫଳରେ ପୁଲିସ୍ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଶରୀରକୁ ଉଦ୍ଧାର କରି ରଣପୁର ଥାନାରେ କେସ୍ ନଂ-୦୩/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୩/୪ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ରଣପୁର ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି।

Related posts