ଖବର କାଗଜ ବିତରକ ସଂଘର ବୈଠକ

ନୟାଗଡ଼,(ନୟାଗଡ ଦର୍ପଣ): ବିଜୁ ଶ୍ରମିକ ସାମୁଖ୍ୟ ସହ ବନ୍ଧିତ ନୟାଗଡ଼ ଜିଲ୍ଲା ଖବର କାଗଜ ବିତରକ ସଂଘର ବୈଠକ ନୟାଗଡ଼ ପୁରୁଣା ସହର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କାଶୀନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ସହ ସଂପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ସଂଗଠନ ଦ୍ୱାରା ବିତରକମାନଙ୍କର କିପରି ସୁବିଧା ହେଉଛି ତାହା ବର୍ଣ୍ଣନା କରିଥିଲେ । କରୋନା ସହାୟତା ପ୍ରଦାନ କରିବା ସହ ପରିଚୟପତ୍ର ଯୋଗାଇ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ବୈଠକରେ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଯେଉଁ ବିତରକମାନେ କୋଭିଡ ସହାୟତା ରାଶି ଓ ପରିଚୟ ପତ୍ର ପାଇନାହାନ୍ତି ଜିଲ୍ଲା ସୂଚନା ଅଧିକାରୀ ଓ ଶ୍ରମ ବିଭାଗ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ସଂପାଦକ ବୈକୁଣ୍ଠ ନାୟକ ସାଂଗଠନିକ ବିବରଣୀ ଉପସ୍ଥାପନ କରିବା ବେଳେ, ଅନ୍ୟ ସଭ୍ୟମାନେ ସଂଗଠନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ସଂଘର କୋଷାଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related posts