ଭାପୁର,(ନଯାଗଡ ଦର୍ପଣ): ନେହେରୁ ଯୁବ କେନ୍ଦ୍ର ନୟାଗଡ଼ ଓ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଶାନ୍ତି ଦିବସ ପଦ୍ମାବତୀ ସ୍ଥିତ ସକ୍ସେସ ଟ୍ୟୁଟୋରିଆଲରେ ପାଳିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମକୁ ଭାପୁର ବ୍ଲକର ଜାତୀୟ ଯୁବ ସ୍ଵେଚ୍ଛାସେବୀ ସତ୍ୟବ୍ରତ ମହାରଣା ପରିଚାଳନା କରିଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି କାର୍ୟ୍ୟକ୍ରମ ଅବସରରେ ରାଜନୀତି ବିଜ୍ଞାନର ଅଧ୍ୟାପକ ରମେଶ ଚନ୍ଦ୍ର ବରାଡ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ତର୍କଶାସ୍ତ୍ରର ଅଧ୍ୟାପକ କାଳନ୍ଦୀ ଚନ୍ଦ୍ର ନାୟକ ଏକ ସୁସ୍ଥ ସମାଜ ଗଠନ ପାଇଁ ଶୃଙ୍ଖଳିତ ହେବା ନିହାତି ଆବଶ୍ୟକ ବୋଲି ପିଲାଙ୍କୁ ସୂଚନା ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିକ୍ଷୟତ୍ରୀ ଶ୍ରୀମତୀ ସୁରମାରାଣୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇଂରାଜୀ ଅଧ୍ୟାପିକା ସୁଶ୍ରୀ ପ୍ରିୟମ୍ବଦା ଷଡ଼ଙ୍ଗୀ ଯୋଗଦେଇ ଏକ ସୁସ୍ଥ ବାତାବରଣ ପାଇଁ ସୁସ୍ଥ ମାନସିକତା ରହିବା ଆବଶ୍ୟକ ବୋଲି କହିଥିଲେ। ସାଧାରଣ ସଭା ପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା (ଶାନ୍ତି ପୂର୍ଣ୍ଣ ଦେଶ ନିର୍ମାଣରେ ଯୁବକ ମାନଙ୍କର ଭୂମିକା) ବିଷୟକୁ ନେଇ କରାଯାଇଥିଲା। ଏଥିରେ ସୂର୍ୟ୍ୟକାନ୍ତୀ ସାହୁ ପ୍ରଥମ, ବିଷ୍ଣୁପ୍ରିୟା ପ୍ରଧାନ ଦ୍ବିତୀୟ ଓ ବର୍ଷା ନାୟକ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କଠାରୁ ମାନପତ୍ର ଓ ମେଡାଲ ଗ୍ରହଣ କରିଥିଲେ। ପରିଶେଷରେ କ୍ଲବର ଉପସଭାପତି ସରୋଜ କାନ୍ତ ସାହୁଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରିଥିଲେ।
ପଦ୍ମାବତିରେ ଜାତୀୟ ଯୁବ ଶାନ୍ତି ଦିବସ ପାଳିତ
