ଓଡ଼ଗାଁରେ ବିଜେଡି ନିର୍ବାଚନ କାର୍ଯ୍ୟାଳୟ ଉଦଘାଟିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନମଣ୍ଡଳୀ ଓଡ଼ଗାଁ ଏନଏସି ଅନ୍ତର୍ଗତ ରଘୁନାଥ ମନ୍ଦିର ରାସ୍ତା ରାଧାକାନ୍ତ ମଠ ସମ୍ମୁଖରେ ବିଜୁ ଜନତା ଦଳର ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଏହାର ଉଦଘାଟନ କରିଥିଲେ।ଦଳୀୟ ନେତୃବୃନ୍ଦଙ୍କ ସମେତ ଶତାଧିକ କର୍ମୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଥିବାବେଳେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ମେ ୨୫ରେ ପୁରୀ ଲୋକସଭା ଓ ନୟାଗଡ଼ ବିଧାନସଭା କ୍ଷେତ୍ର ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ନବୀନଙ୍କ ବିକାଶ ରଥକୁ ଆଗେଇ ନେବା ପାଇଁ ବିଜେଡିର ବିଧାୟକ ପ୍ରାର୍ଥୀ ଅରୁଣ ସାହୁଙ୍କ ସହ ସାଂସଦ ପ୍ରାର୍ଥ ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ…

Read More

ପ୍ରାର୍ଥୀପତ୍ର ଦାଖଲ କଲେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ବିଶାଳ ଜନସମୁଦ୍ର ଦେଖି ବିରୋଧୀ ଛାନିଆ

ନୟାଗଡ଼:(ନୟାଗଡ଼ ଦର୍ପଣ): ମୁଣ୍ଡ ଉପରେ ନିର୍ବାଚନ। ନୟାଗଡ଼ରେ ପୁଣି ଶକ୍ତି ପ୍ରଦର୍ଶନ କଲେ ଅରୁଣ ସାହୁ। ଆଜି ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ଅରୁଣ ସାହୁ। ପ୍ରତ୍ୟେକ ଦିନ ନୂଆ ନୂଆ ରଣନିତୀ ପ୍ରସ୍ତୁତ କରୁଛି ବିଜେଡି। ଯେଉଁଥିପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ଶକ୍ତିଶାଳୀ ହେବାରେ ଲାଗିଛି। ଆଜିର ବିଶାଳ ଶୋଭାଯାତ୍ରା ହିଁ ଏହା ବୟାନ କରୁଛି। ବିଜେଡିରୁ ବିଧାନସଭା ଆସନରେ ଲଢ଼ୁଥ‌ିବା ନୟାଗଡ଼ର ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ଵରେ ଆଜି ନୟାଗଡ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରୁ ନୟାଗଡ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପ୍ରାୟ ୨କିମି ବ୍ୟାପି ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ୨୦ହଜାରରୁ ଉର୍ଦ୍ଧ୍ବ ମହିଳା, ଛାତ୍ର, ଯୁବ ବିଜେଡିର ବରିଷ୍ଠ କର୍ମକର୍ତାମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ମୁହଁରୁ ଗୋଟିଏ…

Read More

ଇଲେକସନ ଆସିଲେ ବିଜେପିର ଚାଷୀଙ୍କ କଥା ମନେ ପଡେ, ୧୦ ବର୍ଷ ଭିତରେ ଓଡ଼ିଶାର ୮୦ ଲକ୍ଷ ଚାକିରୀ ଗଲା କୁଆଡେ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ଠାରେ ପ୍ରଚାର କରିଛନ୍ତି। ଓଡ଼ଗାଁ ମହୋତ୍ସବ ପଡିଆରେ ଜନସମାବେତକୁ ସମ୍ବୋଧନ କରି ପାଣ୍ଡିଆନ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାରେ ବିଶ୍ବାସ କରନ୍ତି। ଲୋକଙ୍କୁ କାମର ହିସାବ ଦେବାରେ ବିଶ୍ବାସ କରନ୍ତି। ଲୋକଙ୍କ ଅସୁବିଧାକୁ ନିଜ ଅସୁବିଧା ଭାବି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି। କିନ୍ତୁ ବିରୋଧୀ ଦଳ ଲୋକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ଉପରେ ଅଧ‌ିକ ଗୁରୁତ୍ବ ଦିଅନ୍ତି। ମୁଖ୍ୟମନ୍ତ୍ରୀ ଭୋଟ ପାଇଁ ନୁହେଁ ବରଂ ଲୋକଙ୍କ ପାଇଁ କାମ କରନ୍ତି। କିନ୍ତୁ ବିରୋଧୀ ଦଳ ନିର୍ବାଚନ ଆସିଲେ ପର୍ଯ୍ୟଟକ ଭଳି ଆସନ୍ତି, ବଡ ବଡ କଥା କୁହନ୍ତି। ମିଠା ମିଠା ପ୍ରତିଶୃତି ଦିଅନ୍ତି। ନିର୍ବାଚନ ସରିଗଲେ ଆଉ ମିଳନ୍ତି…

Read More

ମାଛିପଡା ପଞ୍ଚାୟତର ୧୧ ବିରୋଧୀ ନେତା ବିଜେଡିରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୧୮୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରୁଛନ୍ତି ନେତା ମାନେ । ଏହି ସମୟରେ ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ବହୁ ପୁରୁଖା କର୍ମୀ ମାନେ ବିଜେଡିରେ ଯୋଗ ଦେଉଛନ୍ତି । ଯେଉଁଥିପାଇଁ ଚିନ୍ତାରେ ପଡିଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ…

Read More

ନୟାଗଡ଼ ବ୍ଲକ ବଉଳି ସାହିରେ ୪ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତ ବଉଳି ସାହିରେ ୪ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ । ବନ୍ଧୁକ, କଟୁରୀ, ଖଣ୍ଡା ଓ ବିଭିନ୍ନ ମାରଣାରେ ୪ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ବଉଳି ସାହି ଗ୍ରାମର ପୃଥୀରାଜ ଦଳବେହେରା, ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥ ଗାଁ ମନ୍ଦିର ପାଖରେ ଛିଡ଼ା ହୋଇଥିବା ବେଳେ ହଠାତ୍ ବିଜେପି କର୍ମୀ ମାନେ ଆସି ଆକ୍ରମଣ କରିଥିଲେ । ପୃଥ୍ୱୀରାଜ ଦଳବେହେରାଙ୍କର ହାତଗୋଡ଼କୁ ହାଣି ଖଣ୍ଡ ବିଖଣ୍ଡିତ କରି ଦେଇଛନ୍ତି ।ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ସେହିପରି ଭାବେ ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥଙ୍କ ଦେହରେ ଅନେକ ଗୁଳି ବାଜି ଥିବାରୁ ନୟାଗଡ଼ ମେଡିକାଲରେ ଚିକିତ୍ସା କରାଯାଇ ଭୁବନେଶ୍ବର…

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶ କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୁରୁଣା କୋର୍ଟ ପରିସରରେ “ଆନ୍ତର୍ଜାତିକ ଶ୍ରମ ଦିବସ” ପାଳିତ ହୋଇଅଛି । ନୟାଗଡ଼ କ୍ଷେତ୍ର ଶ୍ରମ ଆୟୁକ୍ତ, ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ରାଉତ ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି, ବିଶେଷ କୁମାର ସାହୁ ଶ୍ରମ ଆଇନ ଏବଂ ଶ୍ରମିକ ବ୍ୟବସ୍ଥାର ବିଶେଷତ୍ଵ, ଆଇନଗତ ସହାୟତା ଏବଂ କ୍ଷତି ପୂରଣ ବ୍ୟବସ୍ଥାର ତର୍ଜମା କରିଥିଲେ। ୨୦୨୪ ମସିହାର ତତ୍ଵ- “ପରିବତ୍ତିତ ଜଳବାୟୁରେ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଏବଂ ସ୍ଵାସ୍ଥ୍ୟ ପ୍ରତିବଦ୍ଧତା” କିପରି ପାଳନ କରାଯାଇ ପାରିବ ତାହା ଉପରେ ଆଲୋକପାତ…

Read More

ନୟାଗଡ଼ ବିଧାୟକ ଡ. ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍‌

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେଡିର ଜୋରଦାର ପ୍ରଚାର ଚାଲିଛି । ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ୍ କ୍ୟାମ୍ପେନ୍ ଜରିଆରେ ଲୋକଙ୍କ ନିକଟତର ହେଉଛନ୍ତି । ଆଜି ନୟାଗଡ଼ ବ୍ଲକ ଅନ୍ତର୍ଗତ ମେଳାମ୍ବ, ଦାମୋଦରପୁର, ଖେଡ଼ପଡ଼ା, ବାରବାଟି, ରାଉତରାପୁର, ପଥୁରିପଡ଼ା ତଥା ଧାମଣେଇ, ଲକ୍ଷ୍ମୀପ୍ରସାଦ, ଗୈାଡ଼ଗାଁ, ବରପଲ୍ଲୀ ଗାଁରେ ନିର୍ବାଚନ ପ୍ରଚାର ହୋଇଛି। ଏହି ପ୍ରଚାରରେ ଶହ ଶହ ସଂଖ୍ୟାରେ ମହିଳା ଯୋଗ ଦେଇ ଏଥର ଯୋଡ଼ି ଶଙ୍ଖ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ଆର୍ଶୀବାଦ ଦେଇଥିଲେ। ନୟାଗଡ଼ ମାଟିର ବିକାଶ ଓ ଉନ୍ନତୀକୁ ସର୍ବଦା ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼କୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ଓଡ଼ିଶାକୁ ଏକ ପ୍ରଗତୀ ଶୀଳ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ କରି ଆସୁଥିବା ଅନେକ ଜନହିତକର…

Read More

ବିଜେଡିର ମିଶ୍ରଣ ପର୍ବ, ଶକ୍ତିହୀନ ହେଉଛି ବିରୋଧୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୧୭୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନିତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । ଯୁବ ଶକ୍ତିକୁ ନେଇ କରାଯାଇଥିବା ଫ୍ଲାଗ ମାର୍ଚ୍ଚ ବିରୋଧୀଙ୍କୁ ଶକ୍ତ ଝଟ୍‌କା ଦେଇଛି । ୧୦ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଏଥିରେ ସାମିଲ ହୋଇଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି କିପରି…

Read More

ଖର୍ଜ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ୧୧୯-ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ୧୨୨- ନୟାଗଡ଼ ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅନିଲ ପାଣ୍ଡେ, ଭାରତୀୟ ରାଜସ୍ୱ ସେବା (ମୋ-୭୯୭୮୮୩୮୪୦୩) ନୟାଗଡ଼ ଗସ୍ତ କରି ଅପରାହ୍ନ ୫ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଭୟ ରଣପୁର ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଦ୍ଵୟର ଖର୍ଚ୍ଚ ବିଷୟରେ ସମୀକ୍ଷା କରିଥିଲେ । ନିର୍ବାଚନକୁ କିପରି ସ୍ଵଚ୍ଛ, ନିରପେକ୍ଷ ଓ ଅବାଧରେ କରାଯିବ ତାହା ଉପରେ ଗୁରୁତ୍ଵ ଦେଇଥିଲେ । ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀମାନଙ୍କର ନିର୍ବାଚନୀ ଖର୍ଚ୍ଚର ଟିକିନିଖି ହିସାବ ସଂପୃକ୍ତ ପ୍ରାର୍ଥୀଙ୍କ ହିସାବ ଖାତାରେ ପଂଜିକୃତ କରିବା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ପାଣ୍ଡେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ନିର୍ବାଚନ ସଂପର୍କରେ ହୋଇଥ‌ିବା ସମସ୍ତ ବୈଠକର ତଥ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵାଧା ଦେବ ସିଂ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ…

Read More

୧୨ପଞ୍ଚାୟତ ମୁଖ୍ୟ ଗାଁରେ ନିର୍ବାଚନ ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ତଥା ପୁରୀ ସଂସଦୀୟ କ୍ଷେତ୍ର ଅଧିନସ୍ଥ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପନକୁ ଗୁରୁତ୍ୱ ଦେଉଛନ୍ତି । ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍‌ରେ ଆଜି ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ସାମିଲ ହୋଇଛନ୍ତି । ଆଜି ଅପରାହ୍ନରୁ ରାତି ମଧ୍ୟରେ ନୟାଗଡ଼ ବ୍ଲକ ୧୨ଟି ପଞ୍ଚାୟତ ମୁଖ୍ୟ ଗାଁରେ ନିର୍ବାଚନ ପ୍ରଚାର ସଭା କରାଯାଇଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁଢିପି, ନୋତର, ଗମ୍ଭାରିଡିହି, ଲାଠିପଡ଼ା, ଇଟାମାଟି, ବଡ଼ପଣ୍ଡୁସର, ବାଉଁଶିଆପଡ଼ା, ଜହ୍ନିପଦା, ବିରୁଡ଼ା, ଇକିରି, ରାଜପାଟଣା, କାଳିକାପ୍ରସାଦ ଗାଁରେ ସଭା ଅନୁଷ୍ଠିତ ହୋଇଛି । ଉକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଭାରେ ଶହ ଶହ ସଂଖ୍ୟାରେ…

Read More