ବିଧାୟକ ଅରୁଣଙ୍କ କୃତଜ୍ଞତା ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୨୪ ସାଧାରଣ ନିର୍ବାଚନ ପରେ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ପ୍ରଥମ ସଭା ଅନୁଷ୍ଠିତ ହୋଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ପଞ୍ଚମ ଥର ପାଇଁ ଡ. ଅରୁଣ କୁମାର ସାହୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ କୃତଜ୍ଞତା ସଭାରେ ନୟାଗଡ଼ ବ୍ଲକ ଓ ପୈାରଞ୍ଚଳ ହଜାର ହଜାର କର୍ମୀ ଯୋଗ ଦେଇଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ନୟାଗଡ଼ ବିଧାୟକ ନିର୍ବାଚନ ଫଳାଫଳ ସମୀକ୍ଷା କରିବା ସହ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ।

ସମାଜ ସେବାର ବିଜୟ ଉତ୍ସବ ନଥାଏ। ଜନସାଧାରଣଙ୍କ ସେବା, ରାଜ୍ୟ ଓ ଦେଶର ପ୍ରଗତି ପାଇଁ କାମ କରିବା ହେଉଛି ମୂଳ ଲକ୍ଷ। ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବା। କଠୋର ପରିଶ୍ରମ କରିବା। ରାଜନୀତିରୁ ଉର୍ଦ୍ଧ୍ଵକୁ ଯାଇ କାମ କରିବା ବୋଲି କହିଥିଲେ । ନୟାଗଡ଼ ବିକାଶ ପାଇଁ ସଂଗ୍ରାମ ଜାରି ରହିବ ବୋଲି କହିଥିଲେ । ଏଥିପାଇଁ ତୃଣମୂଳ ସ୍ତରରୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଭାବେ ଅବତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ କୃତଜ୍ଞତା ଜଣାଇବା ସହ ନୟାଗଡ଼ ବାସୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ୍‌, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ରଙ୍କ ସମେତ ବ୍ଲକ ବିଜେଡି ସଭାପତି ଅଜିତ୍ ପ୍ରସାଦ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା ଏବଂ ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ । ନୟାଗଡ଼ ବ୍ଲକର ଅନେକ ସରପଞ୍ଚ, ସମିତିସଭ୍ୟ ଏବଂ ପୈାର ପରିଷଦର ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ ।

Related posts