ତ୍ୟାଗ ଓ ସମର୍ପଣର ପର୍ବ ଇଦୁଜ୍ଜୁହା ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ମହାପୁରୁଷ ଇବ୍ରାହିମ, ଆହ୍ଲାଙ୍କ ଆଦେଶ ପାଳନ କରିବାକୁ ଯାଇ ନିଜର ସବୁଠୁ ପ୍ରିୟ ଏକମାତ୍ର ପୁତ୍ର ଇଶ୍ମାଇଲଙ୍କୁ ଆହ୍ଲାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ପ୍ରଥାକୁ ବଜାୟ ରଖି ଇସଲାମ ଧର୍ମର ଦ୍ଵିତୀୟ ମହାନ୍ ପର୍ବ ଇଦୁଜ୍ଜୁହା ସିନ୍ଦୁରିଆ ଇଦଗାହ୍ ଠାରେ ପାଳିତ ହୋଇଯାଇଛି। ଆଜିର ଜିଲ୍ଲା ସ୍ତରୀୟ ଇଦ୍ ନମାଜ ମଉଲାନା ଜଳାଲୁଦ୍ଦିନ୍ ଖାଁ ମିଫତାହି ପାଠ କରାଇଥିବା ବେଳେ ପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇଥିଲେ। ଘରେ ଘରେ ଭୋଜିଭାତ ଓ ମିଷ୍ଟାନ୍ନ ହୋଇଥିବା ବେଳେ ମୁସଲିମ ଭାଇମାନେ ପରସ୍ପରକୁ ଇଦ୍ ମୁବାରକ୍ କହି ଅଭିନନ୍ଦନ ଜଣାଇବା ସହିତ ଶ୍ରଦ୍ଧା ପୂର୍ବକ ଆଲିଙ୍ଗନ କରିଥିଲେ। ବାହାର ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ସିନ୍ଦୁରିଆ ଜାମା ମସଜିଦରେ ଏକତ୍ର କରାଯାଇ ଖାଦ୍ୟ ପରିବେଷଣ କରାଯାଇଥିଲା। ଏଇ ଅବସରରେ ନୟାଗଡର ଜନପ୍ରତିନିଧି ମାନଙ୍କ ଶୁଭେଚ୍ଛା ବାର୍ତ୍ତା ପଠନ କରାଯାଇଥିଲା। ସିନ୍ଦୁରିଆ ଗ୍ରାମର ସବୁ ସମ୍ପ୍ରଦାୟର ଅଧିବାସୀମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହିତ ଭାଇଚାରାର ବାର୍ତ୍ତା ଦେଇଥିଲେ।

Related posts