ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୈଠକ ଭବନରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡା. ନୌସତ୍ ଅଲ୍ଲୀ ଖାଁଙ୍କ ସଭାପତିତ୍ବରେ ୨୦ତମ “ବିଶ୍ଵ ରକ୍ତଦାତା ଦିବସ” ପାଳିତ ହୋଇଯାଇଛି । ଏଥିରେ ରକ୍ତ ଭଣ୍ଡାର ଅଧିକାରୀ ତଥା ଅତିରିକ୍ତ ଚିକିତ୍ସାଳୟ ଅଧିକାରୀ ଡ଼ା. ଅଜୟ କୁମାର ବାହିନୀପତି, ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଓ ନୟାଗଡ଼ ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବସନ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଓ ରକ୍ତଦାତା ର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଉପସ୍ଥିତ ରକ୍ତଦାତା ମାନେ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ ଓ ସେମାନଙ୍କୁ ରକ୍ତ ଭଣ୍ଡାର ତରଫରୁ ସମ୍ମାନିତ କରାଯାଇଥିଲା। ଏହାପରେ କୁରାଳ ସ୍ଥିତ ଆରୋମିରା ଟ୍ରଷ୍ଟ ଓ ନୟାଗଡ଼ ର ସୋହମ୍ ସଙ୍ଗଠନ ତରଫରୁ ରକ୍ତଦାତା ଓ ସମାଜସେବୀ ପବିତ୍ର ମୋହନ ସାହୁ, ଅମୂଲ୍ୟ ଫାଉଣ୍ଡେସନ ର ପ୍ରତିଷ୍ଠାତା ମଧୁସ୍ମିତା ଲେଙ୍କା, ନିରନ୍ତର ସେବା ପାଇଁ ରକ୍ତଭଣ୍ଡାର କାଉନସିଲର ଶ୍ରୀଯୁକ୍ତ ଅଜୟ କୁମାର ପଟ୍ଟନାୟକ, ରବୀନ୍ଦ୍ର ନାଥ ସାହୁ ଓ ପଞ୍ଚୁ ଦଳେଇଙ୍କୁ ଉତ୍ତରୀୟ ଓ ସମ୍ମାନ ଫଳକ ପ୍ରଦାନ କରାଯାଇଥିଲା ।
