ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଯୋଗ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି। ମଣିଷ ସୁସ୍ଥ ସବଳ ତଥା କର୍ମଠ ରହିବାରେ ଶାରିରୀକ ପରିଶ୍ରମ ବିଶେଷ କରି ଯୋଗ ପ୍ରାଣାୟମ ଏକ ମହୋଷଧି ପରି। ପୁରାତନ ଯୁଗରେ ଭେଷଜ ବିଦ୍ୟାର ଆବିଷ୍କାର ହୋଇନଥିବା ବେଳେ ତଥାପି ମଣିଷ ସୁସ୍ଥ ସବଳ ଜୀଵନ ଯାପନ କରୁଥିଲା। ତାହାର ଏକମାତ୍ର ଉପାୟ ଥିଲା ଯୋଗବିଦ୍ୟା। ଏପରିକି ବଡ଼ ବଡ଼ ବ୍ୟାଧି ଯୋଗ ମାଧ୍ୟମରେ ଭଲ ହେଉଥିଲା। ବିଶେଷ କରି ବନ ବିଦ୍ୟାଳୟ ତଥା ଗୁରୁ ଆଶ୍ରମରେ ଯୋଗଶିକ୍ଷା ପାଠ ଖସଡ଼ାର ଏକ ଅଂଶବିଶେଷ ଥିଲା। ସମଗ୍ର ବିଶ୍ଵରେ ଯଦି ଯୋଗ ଉପରେ ଆଲୋକପାତ କରାଯାଏ ତେବେ ଯୋଗର ଉତ୍ପତ୍ତି ଭାରତ ବର୍ଷରୁ ହୋଇଥିଲା। ଧୀରେ ଧୀରେ ଯୋଗକୁ ସମଗ୍ର ବିଶ୍ବ ସୁସ୍ଥ ଜୀଵନ ବଞ୍ଚିବାର ମାଧ୍ୟମ ବୋଲି ବିବେଚନା କରି ଗ୍ରହଣ କରିଥିଲା।

ଯୋଗର ବହୁଳ ପ୍ରଚାର ପ୍ରସାର ଓ ଉପକାରିତାକୁ ଦେଖି ଜୁନ୍ ଏକୋଇଶି ତାରିଖକୁ ଜାତିସଂଘ “ବିଶ୍ବ ଯୋଗ ଦିବସ” ଭାବରେ ଘୋଷଣା କରିଥିଲେ। ସେହିଦିନ ଠାରୁ ଯୋଗକୁ ସମଗ୍ର ବିଶ୍ବ ସମେତ ଭରତ ବର୍ଷର ସମସ୍ତ ଶିକ୍ଷାନୁଷ୍ଠାନ ଓ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନମାନେ ଯୋଗ ଦିବସ ପାଳି ଆସୁଛନ୍ତି। ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଗୁରୁଜୀ ଗୁରୂମାମାନେ ଆଜିର ଯୋଗ ଦିବସକୁ ପାଳନ କରିଛନ୍ତି। ଯୋଗ ବିଶାରଦ। ସୁଶ୍ରୀ ଅଭିଲିପ୍ସା ଓ ଆଦ୍ୟାଶା ଭଉଣୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିମନ୍ତ୍ରିତ ହୋଇ ଯୋଗବିଦ୍ୟାର ଶିବିରକୁ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସଞ୍ଚାଳିତ ହୋଇଥିବା ବେଳେ କ୍ରୀଡା ଶିକ୍ଷୟିତ୍ରୀ ସ୍ୱପ୍ନାରାଣୀ ନନ୍ଦ ଓ ସହକାରୀ ଶିକ୍ଷୟିତ୍ରୀ ସୁଷମା ବିଶ୍ଵାଳ ସମେତ ସମସ୍ତ ସହକର୍ମୀ ଆଜିର ଯୋଗ ଶିବିରକୁ ତଦାରଖ କରିଥିଲେ। ପରିଶେଷରେ ଯୋଗକୁ ଜୀବନ ଯାପନ ଶୈଳୀର ଏକ ମାଧ୍ୟମ ଭାବରେ ଗ୍ରହଣ କରିବା ପାଇଁ ଦଶମ ଶ୍ରେଣୀ ଛାତ୍ରୀ ସ୍ବିଟି ଲେଙ୍କା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।

Related posts