ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ହାଇସ୍କୁଲ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।ଏହି ଦିବସରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ବିଭିନ୍ନ ପ୍ରକାର ଯୋଗାସନ କରିବା ଦ୍ୱାରା ସୁସ୍ଥ ଜୀବନ ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ କରିବାକୁ ବାର୍ତ୍ତା ଦେଇଛନ୍ତି।ବିଦ୍ୟାଳୟ ର ଏନସିସି ଅଫସର ଶ୍ରୀ ରଶ୍ମିରଞ୍ଜନ ମିଶ୍ର ଆଜିର ଦିବସ ରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତେ ପ୍ରାଣାୟମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ବୋଲି ବକ୍ତବ୍ୟ ରଖିଛନ୍ତି।ଏହି ଅବସର ରେ ୫୦ ଏନ.ସି.ସି କ୍ୟାଡେଟଙ୍କ ସହ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଦାମୋଦର ସାହୁଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ଦିଆଯାଇଛି। ଆଜିର ଯୋଗ ଦିବସରେ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ସାହୁ, ପ୍ରଶାନ୍ତ ଦାସ, ଜନାର୍ଦ୍ଦନ ପରିଡ଼ାଙ୍କ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ।
ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଯୋଗଦିବସ ପାଳିତ
