ସମ୍ବର୍ଦ୍ଧନା ପରିବାର ‘ସମ୍ବର୍ଦ୍ଧନା ସଭା ଓ କବିତାପାଠ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସର୍କଲ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀ ଙ୍କୁ ମେଧା ସମ୍ମାନ ସ୍ୱରୂପ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ଶରଣକୁଳ ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସମ୍ବର୍ଦ୍ଧନା ପରିବାର ଦ୍ୱାରା ମୋ ଗାଁ ମୋ ଲେଖା କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଦସ୍ୟ ଗୋଦାବରୀ ବସନ୍ତିଆ ଓ ଦୀନବନ୍ଧୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଭାପତି ନିରାକାର ସ୍ବାଇଁଙ୍କ ଅଧକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଓ କବିତାପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲର ଛାତ୍ରୀ ସ୍ୱାଗତିକା ସାହୁ, ପ୍ରିୟଙ୍କା ବସନ୍ତିଆ, ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ପାତ୍ର ଓ ତୁଳସୀ ବରାଡ ,ସୋଲାପଟ। ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ପ୍ରହଲ୍ଲାଦ ପ୍ରଧାନଙ୍କୁ ମେଧା ସମ୍ମାନ ପ୍ରଦାନ କରାଯାଇଥିଲା। ତତ୍ ସହିତ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅବିନାଶ ନାୟକ ଓ ଶରଣକୁଳ ଷ୍ଟେଟ ବ୍ୟାଙ୍କ ପରିଚାଳକ ଜିତେନ୍ଦ୍ର ସାମନ୍ତରାୟ ଙ୍କୁ ସେବା ସ ମ୍ମାନ ପ୍ରଦାନ କରାଯାଇଥିଲା ।ସେହିପରି ପ୍ରଭାତ କୁମାର ମହାପାତ୍ର କୋରାପୁଟଙ୍କୁ ସମ୍ବର୍ଦ୍ଧନା ପ୍ରତିଭା ସମ୍ମାନ, ଶିକ୍ଷକ ଲଳିତ ମୋହନ ମିଶ୍ର ଙ୍କୁ ସଦାନନ୍ଦ ବ୍ରହ୍ମ। ସ୍ମୃତି ସମ୍ମାନ, ଜ୍ୟୋସ୍ନା କୁମାରୀ ସାହୁଙ୍କୁ ଶିକ୍ଷା ଜ୍ୟୋତି ସମ୍ମାନ,ଗୀତାଞ୍ଜଳୀ ମହାପାତ୍ରଙ୍କୁ ଶ୍ରେଷ୍ଠ ସଂସ୍କୃତି ସମ୍ମାନ,ଡ଼ଃ ରଶ୍ମି କରଙ୍କୁ ବିନାୟକ ମିଶ୍ର ସ୍ମୃତି ସମ୍ମାନ, ପ୍ରିୟମ୍ବଦା ଦାଶଙ୍କୁ ମୁରାରୀ ତ୍ରିପାଠୀ ସ୍ମୃତି ସମ୍ମାନ ଓ ଶ୍ରେଷ୍ଠ ସାମ୍ବାଦିକ ଭାବରେ ଗଣେଶ୍ୱର ସାହୁ ,ସାମ୍ୱାଦିକ ନୀତିଦିନ, ପ୍ରଭାତ କୁମାର ମହାପାତ୍ର ସାମ୍ବାଦିକ, ଆଜିକାଲି ଓ ସୁରେନ୍ଦ୍ର କୁମାର ତ୍ରିପାଠୀ ,ସାମ୍ବାଦିକ ପ୍ରତିଦିନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶ୍ରେଷ୍ଠ ସାମ୍ବାଦିକ ପ୍ରଭାତ କୁମାର ମହାପାତ୍ର, ଦୈନିକ ଖବର କାଗଜ ଆଜିକାଲି

ଏହି କାର୍ଯ୍ୟକ୍ରମ ରେ ଡ଼ଃ ରଶ୍ମି କର ଅଧ୍ୟାପିକା ଖୋର୍ଦ୍ଧା ପ୍ରାଣନାଥ କଲେଜ,ନିଳିମା ନନ୍ଦ ଅଧ୍ୟାପିକା ରଣପୁର କଲେଜ,ପ୍ରିୟମ୍ବଦା ଦାଶ ପ୍ରାକ୍ତନ ଅଧ୍ୟାପିକା ନୟାଗଡ଼ କଲେଜ ଓ ଶିକ୍ଷାବିତ ଗୀତାଞ୍ଜଳୀ ମହାପାତ୍ର ଅତିଥି ଭାବରେ ମଞ୍ଚ।ସୀନ ଥିବା ବେଳେ କୋଷ।ଧକ୍ଷ ପରମାନନ୍ଦ ସ୍ୱାଇଁ ଓ ସାଂସ୍କୃତିକ ସମ୍ପାଦକ ରାଜେଶ କୁମାର ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପ୍ରତିବର୍ଷ ଏହିପରି ମେଧା ସମ୍ମାନ ପ୍ରଦାନ ଓ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନ ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛି ।

Related posts