ଦଶପଲ୍ଲାରୁ ଭୁବନେଶ୍ୱର ଆଜି ଗଡ଼ିବ ଏକ ସ୍ପେଶାଲ ମେମୁ ଟ୍ରେନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଏକ ନୂତନ ପାସେଞ୍ଜର ମେମୁ ଟ୍ରେନ ଦଶପଲ୍ଲାରୁ ଭୁବନେଶ୍ୱର ଚଳାଚଳ କରିବ। ମାନନୀୟ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ନୂଆ ମୁଖ୍ୟ ମନ୍ତ୍ରୀଙ୍କ ଶପଥ ସମାରୋହ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦଶପଲ୍ଲାରୁ ଏହି ଟ୍ରେନର ବ୍ୟବସ୍ଥା କରାଯାଇଛି । ଟ୍ରେନ ନଂ-୦୮୪୪୯ ଟ୍ରେନ ସକାଳ ୯ଟା ୪୫ରୁ ଛାଡ଼ିବ ଓ ଭୁବନେଶ୍ୱରରେ ମଧ୍ୟାହ୍ନ ୧ଟା ୧୫ରେ  ପହଞ୍ଚିବ। ପୁନର୍ବାର ଏହି ଟ୍ରେନ ନଂ-୦୮୪୫୦ ଭୁବନେଶ୍ୱରରୁ ରାତ୍ର ୯ଟା ରେ ଛାଡ଼ି ଦଶପଲ୍ଲାରେ ୧୧ଟା ୪୫ରେ ପହଞ୍ଚିବ।

Related posts