ଜାଗରଯାତ୍ରା ଉପଲକ୍ଷେ ସାମାଜିକ ସେବା କାଯ୍ୟକ୍ରମ

ନୟାଗଡ, (ନୟାଗଡ଼ ଦର୍ପଣ): ଭାରତୀୟ ଜୁନିଅର୍ ରେଡ କ୍ରସ୍ ସଂସ୍ଥା, ଓଡିଶା ଶାଖା ନୟାଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ନାରାୟଣ ଉଚ୍ଚ ବିଦ୍ୟାଳୟ, ଶରଣକୁଳ ପ୍ରଧାନଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ଆନୁକୁଲ୍ୟରେ ଜାଗରଯାତ୍ରା ଉପଲକ୍ଷେ ଲଡୁବାବା ପୀଠ, ଶରଣକୁଳଠାରେ ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ଓ ଜଳଛତ୍ର ଆୟୋଜନ କରାଯାଇଥିଲା ।ମାନ୍ୟବର ସାଂସଦ,ପୁରୀ ଶ୍ରୀଯୁକ୍ତ ସମ୍ବିତ୍ କୁମାର ପାତ୍ର ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥାକୁ ସାଧୁବାଦ୍ ଜଣାଇ ନିଜେ ଜଳଛତ୍ର ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ଏହାକୁ ନୟାଗଡ଼ ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ସନ୍ୟାସୀ ପ୍ରଧାନ ଏବଂ କାଉନସିଲର ଶ୍ରୀଯୁକ୍ତ ଘନଶ୍ୟାମ ରାଉତ, ନିରଞ୍ଜନ ପ୍ରଧାନ, ମାନସ କୁମାର ସାହୁ,ଦାମୋଦର ସାହୁ, ଦେବରାଜ ସ୍ଵାଇଁ ଓ ପରମାନନ୍ଦ ଦଳାଇ ସାହାଯ୍ୟ ସହଯୋଗ କରିଥିଲେ।ନାରାୟଣ ଉଚ୍ଚ ବିଦ୍ୟାଳୟ, ଶରଣକୁଳ ଜୁନିଅରମାନେ ସେବା ପ୍ରଦାନ କରି…

Read More

ଜିଲ୍ଲାପାଳଙ୍କ ଦ୍ଵାରା ନୂତନ “ଡୁଡା” କାର୍ଯ୍ୟାଳୟ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଆଜି ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ନୂତନ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । ଉଦଘାଟନୀ ପର୍ବରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁମନ ବେହେରା, ଜିଲ୍ଲାର ସମସ୍ତ ଏନ.ଏ.ସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ଗଣ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସହରାଞ୍ଚଳର ବିକାଶ ନିମନ୍ତେ ଏହି କାର୍ଯ୍ୟାଳୟ ଏକ ପ୍ରମୁଖ ଦାୟିତ୍ଵ ନିର୍ବାହ କରିବ ବୋଲି ଜିଲ୍ଲାପାଳ ମହୋଦୟ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ…

Read More

ସୁଶାନ୍ତ ପାତ୍ରଙ୍କ ‘ମା’ ବୈଷ୍ଣୋଦେବୀ’ ଭଜନ ଲୋକାର୍ପିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ର ସ୍ବାତିଲଗ୍ନା ପ୍ରଡ଼କ୍ସନ ତରଫରୁ କବି ସୁଶାନ୍ତ ପାତ୍ରଙ୍କ ‘ମା’ ବୈଷ୍ଣୋଦେବୀ’ ଭଜନ ଲୋକାର୍ପିତ ହୋଇଯାଇଛି। ଶ୍ରୀ ପାତ୍ରଙ୍କ ଏହି ଭଜନ ଅତିଥିମାନଙ୍କ କରକମଳରେ ଶରଣକୁଳ ନିକଟରେ ବିଜେ ମା’ ବୈଷ୍ଣୋଦେବୀ ପୀଠ ପରିସରରେ ଲୋକାର୍ପିତ ହୋଇଛି। ଆୟୋଜିତ ଏହି ଭଜନ ଲୋକାର୍ପଣ ଉତ୍ସବରେ ନିଜେ କବି ସୁଶାନ୍ତ ପାତ୍ର, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, କବି କୁସୁମ ନିରାକାର ସ୍ଵାଇଁ, ଅଧ୍ୟାପିକା ନୀଳିମା ନନ୍ଦ, ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଯୋଗଗୁରୁ ବୈକୁଣ୍ଠ ନାଥ ପ୍ରଧାନ, କୁମାର ଚନ୍ଦ୍ର ମହାପାତ୍ର ପ୍ରଭୁତି ଯୋଗ ଦେଇଥିଲେ। ମା’ ବୈଷ୍ଣୋଦେବୀଙ୍କ ଅପାର କରୁଣାରୁ ଗୀତିକାରଙ୍କ ସାରସ୍ବତ ଜୀବନ ଅତି ଉଜ୍ଜ୍ଵଳମୟ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସୁଦୂର ଜାମ୍ମୁ କାଶ୍ମୀରରୁ ନୟାଗଡ଼ର ଜାମୁକଣକୁ ମାଆଙ୍କର ଆଗମନକୁ ଲକ୍ଷ୍ୟ କରି ଲିଖିତ ଏହି ଭଜନଟିକୁ ଶ୍ରୋତାମାନେ…

Read More

ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ବାଉଁଶିଆପଡା – ଇଟାମାଟି ମଣ୍ଡଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିକୁ ପାଳନ କରାଯାଇଛି। ଏଥିରେ ମଣ୍ଡଳରୁ ୫୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପଣ୍ଡିତ ଜିଙ୍କ ତ୍ୟାଗ ପୂର୍ଣ୍ଣ ଜୀବନୀ ତଥା ବଳିଦାନ ସମ୍ଵନ୍ଧରେ ସ୍ମୁତି ଚାରଣ କରିବା ସହିତ ପ୍ରତିଜ୍ଞା କରିଥିଲେ କି ତାଙ୍କ ବଳିଦାନଙ୍କୁ ନିରର୍ଥକ ଯିବାକୁ ଦେବୁନି ତାଙ୍କ ଏକାନ୍ତ ମାନବ ବାଦ୍ କଥାକୁ ଚରିତାର୍ଥ କରିବୁ। ଏହି କାର୍ଯ୍ୟକ୍ରମର ନେତୃତ୍ଵ ନେଉଥିବା ସନ୍ତୋଷ କୁମାର ପ୍ରଧାନଙ୍କ ଭାଷଣରେ ଅଭିଭୂତ ହୋଇ ମା’ମାନେ ହୁଳହୁଳି ତଥା ଭାଇମାନଙ୍କ ହରିବୋଲରେ ଗ୍ରାମ ପ୍ରକମ୍ପିତ ହୋଇଥିଲା।ଆସନ୍ତା ଦିନରେ ପଞ୍ଚାୟତରେ ସମସ୍ତ ପଦବୀରେ ବିଜେପି ପ୍ରାଥୀଙ୍କୁ ବିଜୟୀ କରି ଦିନ୍ ଦୟାଲଙ୍କ ଅଧୁରା ସ୍ବପ୍ନକୁ ସାକାର କରିବାକୁ ମତ ପ୍ରକାଶ ପାଇଥିଲା। ମଞ୍ଚରେ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା…

Read More

ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମର  ଉଦଯାପନ ଉତ୍ସବ ପାଳିତ

ଶରଣକୂଳ, (ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଡିପଡା ଠାରେ ୮ଦିନ ବ୍ୟାପି ଚାଲୁଥିବା  ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମ  ଆଜି ମହା ସମାରୋହରେ ସମାପନ ହୋଇଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଭୁବନେଶ୍ଵର ଓ ନୋଡାଲ କେନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ନୟାଗଡ଼ଙ୍କ ସହଯୋଗରେ ଆୟୋଜିତ ଉକ୍ତକାର୍ଯ୍ୟକ୍ରମରେ  ବିଦ୍ୟାଳୟର ୧୪୯ ଜଣ ଛାତ୍ରୀ ଅଂଶଗ୍ରହଣକରି ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ଗୁଡିକ ବିଷୟରେ ପ୍ରଶିକ୍ଷଣ ନେଇଥିଲେ। ମହାବିଦ୍ୟାଳୟର ଅଧକ୍ଷ୍ୟା ଡକ୍ଟର.ଉଷାରଣୀ ପଟ୍ଟନାୟକ ସଭାପତିତ୍ଵ କରିଥିବାବେଳେ ମୁଖ୍ୟାତିଥି ଭାବେ ଗୋଡିପଡା ଗ୍ରାମପଞ୍ଚାଯତର ସରପଞ୍ଚ ଅନ୍ତର୍ଯ୍ୟାମି ସାହୁ ଯୋଗଦେଇ ବାଳିକାମାନେ ପ୍ରଶିକ୍ଷିତ ହେଲେ ସମଯରେ ଦେଖାଯାଉଥିବା ଅନେକ ପ୍ରକାର ବିଶୃଙ୍ଖଳାକୁ ପ୍ରତିହତ କରିବାରେ ସମର୍ଥ ହୋଇପାରିବେ। ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପୁଲକ କୁମାର ମହାନ୍ତି, ଲକ୍ଷ୍ମୀଧର ଦାସ ଓ ବିଜ୍ଞାନଗାର ସହାୟକ ପବିତ୍ର କୁମାର ପୃଷ୍ଟି…

Read More

ଜିଲ୍ଲା ଏ.ଡି.ଇ.ଓ  ସଂଘର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡଗାଁ ବ୍ଲକ ଦୁତିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏ.ଡି.ଇ.ଓ  ସଂଘର ରାଜ୍ୟ ସ୍ତରୀୟ  ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ନୟାଗଡ ଜିଲ୍ଲା ଏ.ଡି.ଇ.ଓ  ସଂଘର ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଊତ୍ସବରେ ରାଜ୍ୟ ସ୍ତରୀୟ କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଂଗଠନକୁ ସୁଦୃଢ କରିବା ସହିତ ଆଗାମୀ ଦିନରେ ପ୍ରତ୍ୟକ ବର୍ଷ  ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀରେ ଦେଶ ପ୍ରେମ ଦିବସକୁ ସଂଘ ସାଙ୍ଗ ପ୍ରେମୀ ଦିବସରେ ପାଳନ କରିବା ପାଇଁ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ବଦଳ ଷଡ଼ଙ୍ଗୀ ପ୍ରସ୍ତାବ ରଖିଥିଲେ। ଏଥିସହିତ ନୟାଗଡ ଜିଲ୍ଲାର ୮ଗୋଟି ବ୍ଲକର ସଭାପତି, ସମ୍ପାଦକ, ଜିଲ୍ଲା କୋର କମିଟିର ସଦସ୍ୟମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ସଭାପତି ତଥା ମୁଖ୍ୟ ଅତିଥି ପ୍ରଭାତ କୁମାର…

Read More

ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବାରା ତା ୨୨.୦୧.୨୦୨୫ ରିଖ ଠାରୁ ୨୪.୦୧.୨୦୨୫ରିଖ  ଆୟୋଜିତ ତିନି ଦିନିଆ ଷ୍ଟଡି କ୍ୟାମ୍ପରେ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ନବମ ଶ୍ରେଣୀର ଦୁଇ ଛାତ୍ର ଶୁଭମ ମହାପାତ୍ର ଓ ବଦ୍ରି ନାରାୟଣ ସାହୁ କୃତିତ୍ୱ ହାସଲ କରିଛନ୍ତି । ଜିଲ୍ଲାରେ ଓଡ଼ିଆ ଏକ୍ସଟେମ୍ପୋରରେ ଶୁଭମ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଇଂଲିଶ ଏକ୍ସଟେମ୍ପୋରରେ ବଦ୍ରି ନାରାୟଣ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ଉଦଯାପନୀ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ, ବ୍ଲକ୍ ଶିକ୍ଷଧିକାରୀ ଗୀତଞ୍ଜଳି ସାହୁ, ଆଇପି ଅନିଲ କୁମାର ଦାସ, ଜେ ଆରସି ଓ ସନ୍ୟାସୀ ପ୍ରଧାନ, ରଘୁନାଥ ବିଦ୍ୟାପୀଠର…

Read More

ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଅଭିଭାବକ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଓ ଅଭିଭାବକ ବୈଠକର ଆୟୋଜନ କରଯାଇଛି।ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଧନ୍ଦାମୂଳକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ, ଧନ୍ଦାମୂଳକ ଶିକ୍ଷାର ସଚେତନତା, ମାଟ୍ରିକ ପ୍ରାକ୍ଟିକାଲ ପରୀକ୍ଷା ସମେତ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରଣାଳୀ, କ୍ୟାରିଅର କାଉନସେଲିଂ ସହ ଛାତ୍ର ଛାତ୍ରୀଙ୍କର ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରଯାଇଛି। ପ୍ରଧାନ ଶିକ୍ଷକ  ଦେଶର ଅର୍ଥନୈତିକ ଅଭିବୃଦ୍ଧି ଧନ୍ଦାମୂଳକ ଶିକ୍ଷା ଦ୍ଵାରା ହୋଇପାରିବ ଓ ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ଧନ୍ଦାମୂଳକ ଶିକ୍ଷା,  ଶିକ୍ଷା କ୍ଷେତ୍ରରେ ରେ  ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।ସେହିପରି ସ୍ପୋକ ସ୍କୁଲ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳ ର…

Read More

ପତ୍ନୀ ହତ୍ୟାକାରୀ ସ୍ବାମୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମର ଶ୍ୟାମସୁନ୍ଦର ସ୍ୱାଇଁ ଶରଣକୁଳ ଥାନାରେ ଏକ ଲିଖିତ ଏତଲା  ଅନିଲ କୁମାର ଜେନା, ଅନିଲଙ୍କ ମାମୁଁ ଝୋଟ ଓ ମାଆଙ୍କ ବିରୋଧରେ ତାଙ୍କ କନ୍ୟା ସୁଭଦାକୁ ହତ୍ୟା କରିଥିବା  ଅଭିଯୋଗ କରି  ଉଲ୍ଲେଖ କରିଥିଲେ କି, ତାଙ୍କ  କନ୍ୟା ଶୁଭଦା ସ୍ୱାଇଁ ଙ୍କୁ ଅଭିଯୁକ୍ତ ଅନିଲ କୁମାର ଜେନା ଯିଏ କି କନ୍ଧମାଳ ଜିଲ୍ଲା ରେ ଥିବା ୮ମ ବାଟାଲିୟନ ରେ ହାବିଲଦାର ପଦବୀ ରେ କାର୍ଯ୍ୟ କରୁଥିଲେ ତାଙ୍କ ସହିତ ହିନ୍ଦୁ ବୈଦିକ ରୀତିରେ ବିବାହ ଦେଇଥିଲେ । ବିବାହ ର ୨/୩ ମାସପରେ ସୁଭଦା ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ଅନିଲ ଅନ୍ୟ ଏକ ଝିଅ ସହିତ ପ୍ରେମ ସମ୍ପର୍କ ରଖିଛନ୍ତି ତେଣୁ ସେ ବିରୋଧ କରିବାରେ ଅନିଲ ତାଙ୍କ ମାମୁଁ ଓ…

Read More

ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଳନ କରାଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଆଜିର ସରକାର ଦବା ସରକାର ନୁହେଁ ନବା ସରକାର ବୋଲି ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାରରେ ଦୃତ ବିକାଶ ହୋଇଥିଲା । ବର୍ତ୍ତମାନ ସରକାର ଦୃତ ବିଫଳତା ଆଡ଼କୁ ଅଗ୍ରସର ହେଉଛି । ଆଜିର ଦିନରେ ଜନ ମତ ପ୍ରଭାବିତ ହୋଇଛି । ରାଜନୀତିରେ ସାଳିନତା କେବେ ହରାଇବ ନାହିଁ ବୋଲି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ଅରୁଣ। ଆଜିର ଦରଦାମ ବୃଦ୍ଧି ଲୋକଙ୍କୁ ବହୁତ ବାଧୁଛି । ଦରଦାମ କାହିଁକି ବୃଦ୍ଧି ହେଉଛି ଲୋକମାନେ ବୁଝିବା ଆରମ୍ଭ କଲେଣି । ରାଜ୍ୟ ସରକାର ଦୁଇ ପ୍ରକାର କଥା…

Read More