ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଥମେ ସୁସ୍ଥ ଶରୀର ତାପରେ ବିଦ୍ୟାଧ୍ୟୟନ। ସୁସ୍ଥ ଶରୀର ପାଇଁ ଯୋଗ ଓ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ। ସୁସ୍ଥ ଶରୀର ସୁସ୍ଥ ମନ ସୃଷ୍ଟି କରେ ଯାହା କି ବିଦ୍ୟାର୍ଥୀମାନଙ୍କ ପାଇଁ ଅତି ଜରୁରୀ। ସେଥିପାଇଁ ପ୍ରତି ବିଦ୍ୟାଳୟରେ ଶାରୀରିକ କ୍ରୀଡା ଶିକ୍ଷକ ନିଯୁକ୍ତି କରାଯାଇଛି। ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କରେ ପାଳିତ ହୋଇସାରିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ କ୍ରୀଡା ଶିକ୍ଷକ ଆଲୋକ ନାୟକ ଓ ସହଯୋଗୀ ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ ପ୍ରାୟ ଉପସ୍ଥିତ ୨୮୭ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ଯୋଗ ଦିବସ ପାଳନ କରାଯାଇଥିଲା।

ସମସ୍ତ ପିଲାମାନଙ୍କୁ ନେଇ ପଦ୍ମାସନ, ବାଳାସନ, ନଟରାଜାସନ, ତାଡାସନ, ଚକ୍ରାସନ, ବୃକ୍ଷା ସନ, ସୁଯ୍ୟ ନମସ୍କାର, ପ୍ରାଣାୟାମ ସହିତ ଅନୁଲୋମ ଵିଲଙ୍ଗ, ଭ୍ରାମରି, ସୂର୍ଯ୍ୟ ଭେଦି ଓ କପାଳ ଭାତି ଆଦି ପ୍ରାଣାୟାମ କରାଯାଇଥିଲା। ପ୍ରକୃତି ବନ୍ଧୁ ଶ୍ରୀ ସାହୁ ସୁସ୍ଥ ପାଇଁ ଯୋଗ ଯେପରି ଅତି ଦରକାରୀ ସେହିପରି ସୁସ୍ଥ ଶରୀର ପାଇଁ ସୁସ୍ଥ ପରିବେଶ ଅତି ଦରକାର ଅଟେ। ସୁସ୍ଥ ପରିବେଶ ପାଇଁ ଏକମାତ୍ର ଉପାୟ ବୃକ୍ଷ ରୋପଣ ଓ ତାର ଯତ୍ନ। ଏହା କଲେ ଯାଇ ପୃଥିବୀ ଶୀତଳ ସହିତ ସୁସ୍ଥ ପରିବେଶ ଗଠନ ହୋଇ ପାରିବବୋଲି କୋମଳମତି ପିଲାଙ୍କୁ ବାର୍ତ୍ତା ପ୍ରେରଣ କରିଥିଲେ।

ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଦିନ ସକାଳୁ ଉଠି ନିତ୍ୟକ୍ରମ ସାରି ଅତି କମରେ ୧୫ମିନିଟି ନିଜ ଶରୀର ପାଇଁ ଯୋଗ କରିବା ଓ ନିଜ ପରିବାରକୁ ଏଥିରେ ସାମିଲ କରାଇବାକୁ କହିବା ସହ ଏକ ଶପଥ ପାଠ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାପାତ୍ର, ସୁନିତା ବେହେରା ପଦ୍ମିନୀ ନାୟକ, ବିଜୟ ଲକ୍ଷ୍ମୀ ଦଳେଇ ଶିକ୍ଷକ ରାଧାଗୋବିନ୍ଦ ନାୟକ, ସୂର୍ଯ୍ୟମଣି ନାୟକ, ସନ୍ତୋଷ ନାହାକ ଓ ଖୋଗେଶ୍ୱର ବେହେରା ଆଦି ସହଯୋଗ କରିଥିଲେ।