ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୁରିଆରେ ବିଶ୍ଵ ଯୋଗ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜୁନ୍ ୨୧ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ସଂଯୋଜନାରେ “ବିଶ୍ଵ ଯୋଗ ଦିବସ” ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ଯୋଗର ଆବଶ୍ୟକତା ସହିତ ସୁସ୍ଥ ରହିବା ପାଇଁ ନିୟମିତ ଯୋଗ ଓ ବ୍ୟାୟାମ କରିବା ଉପରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପରେ ସାମୁହିକ ଯୋଗ କରାଯାଇଥିଲା। ବିଶିଷ୍ଟ ଯୋଗ ବିଶାରଦ ତଥା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ଵପ୍ନାରାଣୀ ନନ୍ଦ ସଭିଙ୍କୁ ଯୋଗ କରାଇଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ନିଶାମଣି ମିଶ୍ର ତାଙ୍କୁ ସହାୟତା କରିଥିଲେ। ଏହି ଯୋଗ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍, ତାଜୁଦ୍ଦିନ୍ ଖାଁ, ଜିତେନ୍ଦ୍ର କୁମାର ଗୁରୁ ସମେତ ସହକାରୀ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ରଶ୍ମୀ ରଞ୍ଜିତା ବେହେରା, ତ୍ରିପୁରା ସେଠୀ, ସବିତା ପଟ୍ଟନାୟକ, ପ୍ରବାସିନୀ ମିଶ୍ର ଓ ଜ୍ୟୋତିର୍ମୟୀ ରାଉତ ପ୍ରମୁଖ ଯୋଗ କରିଥିଲେ। ଯୋଗ କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷକ ଅବଦୁଲ୍ ୱାହିଦ, ମଗନମ୍ ଜହାଁ ଓ ମଧୁସ୍ମିତା ସାହୁ ପ୍ରମୁଖ ଗ୍ଲୁକୋଜ ବଣ୍ଟନ କରିଥିଲେ।

Related posts