ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ସ୍ଥିତ ଡ଼ାଇମଣ୍ଡ ଜୁବିଲି ଅଡିଟୋରିୟମ ଠାରେ ପାଳିତ ହୋଇଯାଇଛି। ଏହି ଯୋଗ ଦିବସରେ ମୁଖ୍ୟ ଅତିଥି ଭାବ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ,ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଯୋଗଦେଇଥିଲେ।

ଏକା ସାଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସହିତ ଜୁବୁଲି ଅଡିଟୋରିୟମ ଓ କଲେଜ ଖେଳ ପଡ଼ିଆରେ ଯୋଗ ଶିକ୍ଷକ ପରମାନନ୍ଦ ପରିଡା, ସୁଶାନ୍ତ କୁମାର ଚାନ୍ଦ, ପ୍ରତାପ ରାଣା ସିଂଙ୍କ ଦ୍ଵାରା ଯୋଗ ଅଭ୍ୟାସ କରାଯାଇଥିଲା ଏବଂ ଶପଥ ପାଠ କରାଯାଇଥିଲା।କାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ୍ଵ ସଂଖ୍ୟାରେ ଛାତ୍ର ଛାତ୍ରୀ, ଅଭିଭାବକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଜନତା ଏହି ଯୋଗାଭ୍ଯାସରେ ସାମିଲ ହେବା ସହ ଅବକାରୀ ଅଧିକ୍ଷକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।
