କଣ୍ଟିଲୋକୁ ରେଳ ସଂଯୋଗ ନେଇ ସାଂସଦକୁ ଭେଟିଲେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କଣ୍ଟିଲୋସ୍ଥିତ ନୀଳମାଧବ ପୀଠକୁ ରେଳ ସେବା ନେଇ ତାଳଚେର -ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିନାୟକ ମିଶ୍ର, ରାମେଶ୍ୱର ଶତପଥୀ, ଶନିବାର ସନ୍ଧ୍ୟାରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ କଟକସ୍ଥିତ ପ୍ରଜାତନ୍ତ୍ର କାର୍ଯ୍ୟାଳୟରେ ସାକ୍ଷାତ ସହ ଆଲୋଚନା କରିଥିଲେ। ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ପ୍ରତିଶୃତିକୁ ତ୍ୱରାନ୍ୱିତ କରିବା ଦିଗରେ ମାନ୍ୟବର ସାଂସଦ ତୁରନ୍ତ ପଦକ୍ଷେପ ନେବେ ବୋଲି କଥା ଦେଇଥିଲେ। ସୂଚନା ଯୋଗ୍ୟ ବଡମ୍ବା-ନରସିଂହପୁର, କଣ୍ଟିଲୋ, ଖଣ୍ଡପଡ଼ା, ନୟାଗଡ଼ ଦେଇ ଏକ ସ୍ୱତନ୍ତ୍ର ଲାଇନ କାଇପଦର ସହ ସଂଯୋଗ କରିବା ପାଇଁ ଡିପିଆର ପ୍ରସ୍ତୁତ ନିମନ୍ତେ ରେଳ ବିଭାଗ ତିନି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। କ୍ରିୟାନୁଷ୍ଠାନ କମିଟିର ସଭ୍ୟମାନଙ୍କୁ ଦିଲ୍ଲୀ ଆସିବା ପାଇଁ ମାନ୍ୟବର ସାଂସଦ ନିମନ୍ତ୍ରଣ ଜଣାଇଛନ୍ତି ବୋଲି ଆବାହକଂ ପ୍ରମୋଦ ପଟ୍ଟନାୟକଙ୍କ ଠାରୁ ସୂଚନା ମିଳିଛି।

Related posts