ଓଡଗାଁ ଏନଏସି ନିର୍ବାଚନ ୱାର୍ଡ ସଂରକ୍ଷଣରେ ପଛୁଆବର୍ଗ ଜାତିକୁ ଅଣଦେଖା କରାଯାଇଥିବା କହିଲା କଂଗ୍ରେସ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବହୁ ପ୍ରତିକ୍ଷୀତ ଓଡଗାଁ ଏନଏସି ନିର୍ବାଚନ ପାଇଁ କରାଯାଇ ଥିବା ପ୍ରସ୍ତାବିତ ୱାର୍ଡ ସଂରକ୍ଷଣ ତାଲିକାରେ ପଛୁଆବର୍ଗ ଜାତି ସମୂହଙ୍କୁ ଅଣଦେଖା କରାଯିବା ନୟାଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଥିବା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଜିଲ୍ଲପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଗତ ୧୯ ମେ ପ୍ରକାଶିତ ଆସନ ସଂରକ୍ଷଣ ତାଲିକାରେ ପାଛୁବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ଥିବାବେଳେ ଗତ ୫ ଜୁନରେ ସଂଶୋଧିତ ସଂରକ୍ଷଣ ତାଲିକାରେ ୨୦୨୨ ଓଡିଶା ସଂଶୋଧିତ ପୌର ଆଇନ ଆଳ ଦେଖାଇ ପଛୁଆବର୍ଗଙ୍କୁ ଆସନ ସଂରକ୍ଷଣ ତାଲିକାରୁ ବାଦ ଦେଇ ସେମାନଙ୍କର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ କରାଯାଇଛି ବୋଲି କଂଗ୍ରେସ ନେତା କହିଛନ୍ତି। ଜାତୀୟ ସ୍ତର ଚାକିରୀ କ୍ଷେତ୍ରରେରେ ପଛୁଆବର୍ଗଙ୍କୁ ୨୭ପ୍ରତିଶତ ଏବଂ ଓଡିଶା ରାଜ୍ୟରେ ୧୧.୫ପ୍ରତିଶତ ସଂରକ୍ଷଣ ଭଳି ସାମ୍ବିଧାନିକ ଅଧିକାର କାର୍ଯ୍ୟ କରୁଥିବା ବେଳେ ଓଡଗାଁ ଏନଏସି ନିର୍ବାଚନ ୱାର୍ଡ ସଂରକ୍ଷଣ ତାଲିକାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦେବା ନିଷ୍ପତି ପଛୁଆବର୍ଗ ଜାତି ସମୂହଙ୍କ ସାମ୍ବିଧାନିକ ଗଣତାନ୍ତ୍ରିକ ଏବଂ ରାଜନୈତିକ ଅଧିକାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କଂଗ୍ରେସ ପକ୍ଷରୁ ପ୍ରେସବାର୍ତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ସମ୍ପ୍ରତ୍ତି ସମଗ୍ର ଦେଶରେ “ଯେଉଁ ଜାତିର ସଂଖ୍ୟା ଯେତେ ତାର ଭାଗ ସେତେ”ପ୍ରସଙ୍ଗରେ ଜାତି ଜନଗଣନା ଉପରେ କେନ୍ଦ୍ର କ୍ୟାବିନେଟ ମୋହର ବାଜି ସାରିବା ପରେ ପଛୁଆବର୍ଗଙ୍କ ରାଜନୈତିକ ଅଧିକାରକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦୁଇଦୁଇଟା ସଂରକ୍ଷିତ ତାଲିକା ପ୍ରକାଶ କରି ଅଣଦେଖା କରିବା ଏକ ଆଇନଗତ ପ୍ରଶ୍ନ ବୋଲି କଂଗ୍ରେସ ନେତା ଶ୍ରୀ ଦାଶ କହିଛନ୍ତି। ରାଜ୍ୟରେ ଗତ ପୌର ନିର୍ବାଚନ ଏବଂ ଗ୍ରାମ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ନିର୍ଦ୍ଧାରିତ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ବର୍ତମାନ କାହିଁକି ନୁହେଁ। ଆସନ୍ତାକାଲି ଜିଲ୍ଲାପାଳଙ୍କୁ ଏ ନେଇ ସ୍ମାରକପାତ୍ର ପ୍ରଦାନ କରାଯିବ। ଆବଶ୍ୟକ ପଡିଲେ ପଛୁଆବର୍ଗ ଜାତିମାନଙ୍କ ରାଜନୈତିକ ଅଧିକାର ଛଡାଇ ନିଆଯାଏ ତେବେ କଂଗ୍ରେସ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Related posts