ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

ରଣପୁର,(ନୟାଗଡ଼ ଦର୍ପଣ): ପବିତ୍ର ଗୁରୁ ଦିବସ ଅବସରରେ ରଣପୁର ମଣିନାଗ କଲ୍ୟାଣ ମଣ୍ଡପ ପରିସରରେ ଏକ ଭବ୍ୟ ସାମୂହିକ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରଣପୁରର ମାନ୍ୟବର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଆୟୋଜନରେ ଅନୁଷ୍ଠିତ ଏହି ଉତ୍ସବରେ ରଣପୁର ଅଞ୍ଚଳର ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପ ଓ ଚନ୍ଦନ ଅର୍ପଣ କରି ଗୁରୁଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିଥିଲେ। ଏହା ପରେ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଉପହାର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ବିଭିନ୍ନ ବକ୍ତା ଗୁରୁ-ଶିଷ୍ୟ ପରମ୍ପରା, ଶିକ୍ଷକଙ୍କ ତ୍ୟାଗ, ନିଷ୍ଠା ଓ ସମାଜ ଗଠନରେ ଶିକ୍ଷକଙ୍କ ମହତ୍ତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଶିକ୍ଷକମାନେ କେବଳ ଜ୍ଞାନର ଆଲୋକ ବାଣ୍ଟନ୍ତି ନାହିଁ, ବରଂ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ…

Read More

ନୟାଗଡ଼ରେ ହେମେନ୍ଦ୍ର ସେନା ତରଫରୁ ହେମେନ୍ଦ୍ରଙ୍କ ଶ୍ରାଦ୍ଧବାର୍ଷିକୀ ସହ ରକ୍ତଦାନ ଶିବିର, ୪୧ୟୁନିଟ ରକ୍ତ ସଂଗ୍ରହ

ନୟାଗଡ଼, (ନୟାଗଡ଼ ଦର୍ପଣ): ହେମେନ୍ଦ୍ର ସେନା ତରଫରୁ ସ୍ଵର୍ଗତ କୁମାର ସାହେବ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ଶ୍ରାଦ୍ଧବାର୍ଷିକୀ ତଥା ଗୁରୁଦିବସ ଅବସରରେ ତା୦୫.୦୯.୨୦୨୬ରିଖ (ଶନିବାର) ସକାଳ ୯ ଘଟିକା ସମୟରେ  ସଂଗଠନର ସଭାପତି ଦିବ୍ୟ ରଞ୍ଜନ ସାହୁ, ସାଧାରଣ ସମ୍ପାଦକ ମଲ୍ଲିକ ମହମ୍ମଦ ମୁବାସିର,  ସଂଯୋଜକ ଅନିଲ କୁମାର ସାହୁ , ଉପଦେଷ୍ଟା ନାସିର ଅହମ୍ମଦ, ମାଧବ ସାହୁ, ରାଜକିଶୋର ପୃଷ୍ଟି, ରଞ୍ଜନ ରଶ୍ମି ଜେନା ସମେତ  ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ସ୍ବର୍ଗତ ହେମେନ୍ଦ୍ର ସିଂହଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ, ଖଣ୍ଡପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ଵାଇଁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ରାଜକୁମାର ଅରଣ୍ୟରାଜ କିଶୋର ସିଂ, ରାଜକୁମାରୀ ଦକ୍ଷାଣୀ ମଞ୍ଜରୀ ସିଂଙ୍କ ଦ୍ଵାରା ରକ୍ତଦାନ ଶିବିର ପୁରୁଣା ରାଜବାଟୀ ନୟାଗଡ଼ଠାରେ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ କଲା ରୋଟାରୀ କ୍ଳବ୍, ନୟାଗଡ଼

ଉତ୍ତମ କର୍ମର ଉତ୍ତମ ଫଳ କହିଲେ ମୁଖ୍ଯ ଅତିଥି ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଗୁରୁଦିବସ ମହାସମାରୋହରେ ପାଳନ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ବିଶିଷ୍ଟ ଶିକ୍ଷାବିତ୍ ରାମଚନ୍ଦ୍ର ମହାପାତ୍ର ସଭାରେ ସଭାପତିତ୍ୱ କରିଥିଲେ। ଏହି ଗୁରୁ ପୂଜନ ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ର ପ୍ରାକ୍ତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ସଭାମଞ୍ଚରେ ସ୍ଥାପିତ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପଦୀପ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ନିଆରା ଢଙ୍ଗରେ ଗୁରୁ ପୂଜନ ଦେଖି ମୁଖ୍ଯ ଅତିଥି ବିମୋହିତ ହୋଇଥିଲେ। ଏବଂ ଉତ୍ତମ କର୍ମର ଉତ୍ତମ ଫଳ…

Read More

ନୟାଗଡ଼ ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ, ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ଦାୟୀ କଲା କଂଗ୍ରେସ

ଉଭୟଙ୍କ ବିରୁଦ୍ଧରେ କୋର୍ଟରେ ମୋକଦ୍ଧମା ପାଇଁ ୧୫ ଦିନିଆ ନୋଟିସ କରାଯିବ ମିଲିଭଗତରେ ଚାଲିଛି ନୟାଗଡ଼ ଜିଲ୍ଲାବ୍ୟାପି ସ୍ୱାସ୍ଥ୍ୟ ବ୍ୟବସାୟ : କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୦୭ ନୟାଗଡ଼ କନ୍ୟାଭ୍ରୁଣ ହତ୍ୟା ଭଳି ସଂଗୀନ ବଦନାମ ବିଭୀଷିକା ଆଜି ମଧ୍ୟ ଲୋକଙ୍କ ମନରୁ ଲିଭିନାହିଁ ମୋକଦ୍ଧମା ନୟାଗଡ଼ ମହିଳା ଅଦାଲତରେ ବିଚରାଧୀନ ଥିବାବେଳେ ପିସିପିଏନଡିଟି କଠୋର ଆଇନ ଏବଂ ବେଟି ବଚାଓ-ବେଟି ପଢ଼ାଓ (ବିବିବିପି) ବୈଧାନିକ ନିୟମାବଳୀକୁ ଡିଷ୍ଟ୍ରିକ୍ତ ଆପ୍ରୋପ୍ରିଏଟ ଅଥରିଟି (ଡିଏଏ ) ଅର୍ଥାତ ଜିଲ୍ଲାପାଳ ଏବଂ ସିଡ଼ିଏମଓଙ୍କ କାର୍ଯ୍ୟକାରିତାରେ ଖିଲାପି ନୀତି ପାଇଁ ଆଜି ସମଗ୍ର ଜିଲ୍ଲାରେ କିଛି ଅସାଧୁ ଅଲଟ୍ରାସାଉଣ୍ଡ ମାଲିକ ଏବଂ ଅର୍ଥପିପାସୁ ଡାକ୍ତର ଲିଙ୍ଗ ନିରୂପଣ ଭଳି ଜଘନ୍ୟ କାର୍ଯ୍ୟ କରୁଥିବା ଯୋଗୁଁ ଆଜି ନୟାଗଡ଼ ଜିଲ୍ଲାରେ ପୁନଶ୍ଚ ଶିଶୁ ଲିଙ୍ଗାନୁପାତ ସଂକଟରେ ଥିବା ଅଭିଯୋଗ କରିଛନ୍ତି ଜିଲ୍ଲା…

Read More

ଇଟାମାଟି ‘ଗିଭ୍ ବ୍ଲଡ଼ ସେଭ୍ ଲାଇଫ’ ତରଫରୁ ଗୁରୁ ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଗୁରୁଦିବସ ଉପଲକ୍ଷ୍ୟେ “ଗିଭ ବ୍ଲଡ ସେଭ୍ ଲାଇଫ “ତରଫରୁ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ, ଇଟାମାଟି ଠାରେ ଗୁରୁ ଦିଵସ ପାଳନ କରାଯାଇଥିଲା। ଏଥିରେ ବାଳିକା ଉଚ୍ଚ ବିଦ୍ୟାଳୟ, ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଓ ଶ୍ରୀ ଅରବିନ୍ଦପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର  ସମେତ ଇଟାମାଟି ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ଶିକ୍ଷକ ଶିକ୍ଷୟିତ୍ରୀ ମିଶି ପ୍ରାୟ ୧୫୦ ଜଣରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାର ପ୍ରାରମ୍ଭରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କୁମାର ସାହୁ ସୁଲଳିତ ସ୍ୱରରେ ଗୁରୁ ବନ୍ଦନା ଗାନ କରି ଥିଲେ। ଅତିଥି ମାନେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଧୂପ ଦୀପ ଦେଇ ସଭା କାର୍ଯ୍ୟ…

Read More

ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ

‘ଶିକ୍ଷକ ସେବା ନିବୃତ ହୋଇଥାନ୍ତି, କିନ୍ତୁ ଅବସର ନଥାଏ’ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରବ୍ଲକ ଓ ନଗରପାଳିକା ଆନୁକୁଲ୍ୟରେ ଆଜି ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ୬ ଶହରୁ ଉର୍ଦ୍ଧ୍ୱ ଅବସରପ୍ରାପ୍ତ ଶିକ୍ଷକ ଓ ଅବସରପ୍ରାପ୍ତ ଅଧ୍ୟାପକ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ ଏବଂ ଅନେକ ନିର୍ବାଚିତ ଜନପ୍ରତିନିଧି ଗୁରୁଙ୍କୁ ଉତ୍ତରୀୟ ଫୁଲ, ଚନ୍ଦନ ଦେଇ ସମ୍ବର୍ନ୍ଧିତ କରିଥିଲେ । ଅତିଥିଭାବେ ଯୋଗ ଦେଇ ଜିଲ୍ଲା…

Read More

ନୟାଗଡ଼ ଜିଲ୍ଲା କାରାଗାରରେ ସ୍ଵାବଲମ୍ବନ ଭିତ୍ତିକ ଦକ୍ଷତା କାର୍ଯକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ଏକ  ସ୍ଵାବଲମ୍ବୀ ଦକ୍ଷତା ଭିତ୍ତିକ ତାଲିମ କାର୍ଯକ୍ରମ ଉଦ୍ ଘାଟିତ ହୋଇଯାଇଅଛି। ଉକ୍ତ ଉଦଘାଟନ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲା ସବ-ଡିଭିଜନାଲ ଆରକ୍ଷୀ ଅଧିକାରୀ ସୃଷ୍ଟି ପ୍ରଧାନ, ଜିଲ୍ଲା କାରାଗାର ଅଧୀକ୍ଷକ ବାବୁଲି ବାରିକ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ ଓ ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ମନୋଜ କୁମାର ସେଠୀ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ। ପ୍ରଥମେ ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦଘାଟନ କରିବା ସହ କାରାଗାର ହିତାକାରୀ ମାନେ କିଭଳି କାରାଗାର ମଧ୍ୟରେ ଏବଂ କାରାଗାରରୁ ମୁକୁଳିବା ପରେ ସ୍ଵାବଲମ୍ବୀ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ। ଜେଲ ଅଧିକ୍ଷକ…

Read More