ନୟାଗଡ଼, (ନୟାଗଡ଼ ଦର୍ପଣ): ହେମେନ୍ଦ୍ର ସେନା ତରଫରୁ ସ୍ଵର୍ଗତ କୁମାର ସାହେବ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ଶ୍ରାଦ୍ଧବାର୍ଷିକୀ ତଥା ଗୁରୁଦିବସ ଅବସରରେ ତା୦୫.୦୯.୨୦୨୬ରିଖ (ଶନିବାର) ସକାଳ ୯ ଘଟିକା ସମୟରେ ସଂଗଠନର ସଭାପତି ଦିବ୍ୟ ରଞ୍ଜନ ସାହୁ, ସାଧାରଣ ସମ୍ପାଦକ ମଲ୍ଲିକ ମହମ୍ମଦ ମୁବାସିର, ସଂଯୋଜକ ଅନିଲ କୁମାର ସାହୁ , ଉପଦେଷ୍ଟା ନାସିର ଅହମ୍ମଦ, ମାଧବ ସାହୁ, ରାଜକିଶୋର ପୃଷ୍ଟି, ରଞ୍ଜନ ରଶ୍ମି ଜେନା ସମେତ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ସ୍ବର୍ଗତ ହେମେନ୍ଦ୍ର ସିଂହଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ, ଖଣ୍ଡପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ଵାଇଁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ରାଜକୁମାର ଅରଣ୍ୟରାଜ କିଶୋର ସିଂ, ରାଜକୁମାରୀ ଦକ୍ଷାଣୀ ମଞ୍ଜରୀ ସିଂଙ୍କ ଦ୍ଵାରା ରକ୍ତଦାନ ଶିବିର ପୁରୁଣା ରାଜବାଟୀ ନୟାଗଡ଼ଠାରେ ଉଦଘାଟିତ ହୋଇଯାଇଛି।

ରାଜବାଟି ସ୍ଥିତ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ସହ ସ୍ଵର୍ଗତ ହେମେନ୍ଦ୍ର ସିଂଙ୍କ ସ୍ମୃତିଚରଣ ସଭାରେ ଯୋଗ ଦେଇ ସ୍ବର୍ଗତ ସିଂଙ୍କ ବ୍ୟକ୍ତିତ୍ବ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ନାୟକ, ଦିଲ୍ଲୀପ ପ୍ରଧାନ, ରମେଶ ପ୍ରଧାନ, ରବୀନ୍ଦ୍ର ରାଉତ, ସୌମ୍ୟ ରଞ୍ଜନ ପ୍ରଧାନ, ଗୋପାଳ ମହାପାତ୍ର, ମାଧବ ବେହେରା, ହରଷ ପଣ୍ଡା, ରାଜକିଶୋର ପ୍ରଧାନ, ବାପି ପଲେଇ, ରଜନୀକାନ୍ତ ନନ୍ଦ, ଦିଲ୍ଲୀପ ପ୍ରଧାନ, ବଳଭଦ୍ର ପାତ୍ର, ବିଷ୍ଣୁ ପ୍ରସାଦ ସାହୁ ସମେତ ନୟାଗଡ଼ର ତଥା ହେମେନ୍ଦ୍ର ସିଂଙ୍କୁ ଭଲ ପାଉଥିବା ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ଜନସାଧରଣ ଯୋଗ ଦେଇଥିଲେ।

ଏହି ରକ୍ତଦାନ ଶିବିରରେ ସର୍ବମୋଟ ୪୧ୟୁନିଟ ରକ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ସଂଗ୍ରହ କରାଯାଇଥିଲା। ରକ୍ତଦାନ ଶିବିର ପରେ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଯାଇଥିବା ରକ୍ତର ସଂକଟକୁ ଏଡ଼ାଇବା ନିମନ୍ତେ ସମସ୍ତ ନୟାଗଡ଼ିଆଙ୍କୁ ସଂଗଠନ ତରଫରୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ରକ୍ତଦାତା, ମେଡିକାଲ କର୍ମଚାରୀ, ସାମ୍ବାଦିକ ଓ ବୁଦ୍ଧିଜୀବୀ ତଥା ନୟାଗଡ଼ର ହେମେନ୍ଦ୍ର ପ୍ରେମୀଙ୍କୁ ସଂଗଠନ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି।
