କୃଷିମନ୍ତ୍ରୀ ଥିବା ସମୟରେ ଖୋଲି ଦିଅନ୍ତୁ ଏକ କୃଷି ମହାବିଦ୍ୟାଳୟ ନୟାଗଡ଼:- ନୟାଗଡ଼ରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସାଧାରଣରେ ଦାବି ହେଉଛି । ଏଠାରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଅନେକ ପ୍ରାସଙ୍ଗିକତା ରହିଛି । ଉଲ୍ଲେଖନୀୟ ଯେ ଏଠାରେ ରାଜ୍ୟର ପ୍ରଥମ ଡାଲି ଗବେଷଣା କେନ୍ଦ୍ର ସହର ମଧ୍ୟରେ ରହିଥିବାବେଳେ ଅନୁରୂପ ଭାବେ ରାଜ୍ୟର ପ୍ରଥମ ଆଖୁ ଗବେଷଣା କେନ୍ଦ୍ର ବାଲୁଗାଁ ପଞ୍ଚାୟତ ପାଣିପୋଇଲାଠାରେ ରହିଛି । ଡାଲି ଗବେଷଣା କେନ୍ଦ୍ରର ପୂର୍ବରୁ ୩୯ଏକର ଜମି ରହିଥିଲା । ଏବେ ସେଥିମଧ୍ୟରୁ ୧୯ଏକର ଡାଲି ଗବେଷଣା କେନ୍ଦ୍ର ଅଧିନରେ ଥିଲାବେଳେ ଅବିଶିଷ୍ଟ ୨୦ଏକର ଜମିରେ କୃଷି, ଉଦ୍ୟାନ ଏବଂ ମୂତ୍ତିକା ସଂରକ୍ଷଣ ବିଭାଗର ବିଭିନ୍ନ ଅଫିସ ଚାଲିଛି । ତେଣୁ ଏଠାରେ ଥିବା ସମୁଦାୟ ୩୯ଏକର ଜମି କୃଷି ମହାବିଦ୍ୟାଳୟ ଖୋଲିବା…
Read MoreCategory: ନୟାଗଡ଼ ବ୍ଲକ
ବାଲୁଗାଁରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼: ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ବାଲୁଗାଁ କଲ୍ୟାଣ ମଣ୍ଡପଠାରେ ଜୋନ ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆହ୍ୱାନ କ୍ରମେ ବିଜୁ ଯୁବ ଜନତା ଦଳ ସଭାପତି ରମେଶ କୁମାର ସାହୁଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଆଜିର ରକ୍ତଦାନ ଶିବିରରେ ସ୍ଥାନୀୟ ଅଞ୍ଚଳର ୫୦ଜଣ ଯୁବକ ରକ୍ତଦାନ କରିଥିବା ଜଣାଯାଇଛି। ନୟାଗଡ଼ ରକ୍ତଭଣ୍ଡାର କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିବା ଜଣାଯାଇଛି। ଏହି ଶିବିରରେ ସମାଜସେବୀ ଜନାର୍ଦ୍ଦନ ଦଳବେହେରା, ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାଷ କହଁର, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୁରୁ ପ୍ରସାଦ ଜେନା, ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ଦଳବେହେରା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୂଖ…
Read Moreନୟାଗଡ଼ ଜିଲ୍ଲା ପ୍ରାଣୀ ଚିକିତ୍ସକ ସମୂହ ଇସ୍ତଫା ନେଇ ସରକାରଙ୍କୁ ଚେତାବନୀ
ନୟାଗଡ଼: ସରକାରୀ ଅବହେଳା ପ୍ରତିବାଦରେ ପ୍ରାଣୀ ଚିକିତ୍ସକମାନେ ପ୍ରଥମେ କଳାବ୍ୟାଚ ପରିଧାନ କରିଥିବା ବେଳେ ଏବେ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି । ଗତ ଅପ୍ରେଲ ୧୯ ତାରିଖଠାରୁ ପ୍ରାଣୀ ଚିକିତ୍ସକମାନେ କଳାବ୍ୟାଚ ପରିଧାନ କରିଥିବା ବେଳେ ଅପ୍ରେଲ ୨୫ ତାରିଖରୁ ଡିଜିଟାଲ ସେବା ବର୍ଜ୍ଜନ ଏବଂ ମେ ୧ ତାରିଖରୁ କମଲ ଛାଡ଼ ଆନ୍ଦୋଳନ କରିଥିବା ଜଣାପଡ଼ିଛି। ତଥାପି ସରକାର ସେମାନଙ୍କ ଦାବିକୁ ଗୁରୁତ୍ୱ ଦେଉନଥିବାରୁ ମେ ୧୫ ତାରିଖରୁ ସମସ୍ତେ ଛୁଟିରେ ରହିବା ଏବଂ ମେ ୨୫ ତାରିଖରୁ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି । ଏନେଇ ନୟାଗଡ଼ ପଶୁ ଚିକିତ୍ସାଳୟଠାରେ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।
Read Moreଜିଲ୍ଲା ଶାନ୍ତି କମିଟି ବୈଠକକୁ ଆସିଲାନି ଗୁଡୁପାଙ୍ଗି ଗ୍ରାମ
ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଡ଼ୁପାଙ୍ଗୀ ଏବଂ ଏହାର ପାଶ୍ୱର୍ବର୍ତ୍ତି ୧୭ଟି ଗ୍ରାମ ମଧ୍ୟରେ ଦୀର୍ଘ ଦିନରୁ ଏକ ଗ୍ରାମ୍ୟ ରାସ୍ତାକୁ ନେଇ ଲାଗିରହିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ଏହି ଶାନ୍ତି କମିଟିର ପ୍ରଥମ ବୈଠକ ଆଜି ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକକୁ ୧୭ଟି ଗ୍ରାମର ପ୍ରତିନିଧିମାନେ ଆସିଥିବା ବେଳେ ଗୁଡ଼ୁପାଙ୍ଗୀ ଗ୍ରାମ ପକ୍ଷରୁ କେହି ଆସି ନଥିଲେ । ସୂଚନା ଯୋଗ୍ୟ ଯେ ଗୁଡ଼ୁପାଙ୍ଗୀ ଗ୍ରାମ ମଧ୍ୟଦେଇ ଯାଇଥିବା ଏକ ଗ୍ରାମ୍ୟରାସ୍ତା ଉପରେ ନିର୍ଭର କରୁଥିବା ଆଖପାଖର ୧୭ଟି ଗ୍ରାମ ଏବଂ ଗୁଡ଼ୁପାଙ୍ଗୀ ମଧ୍ୟରେ ଦୀର୍ଘ ଦିନରୁ ଏହି ରାସ୍ତା ଉପରେ ବିବାଦ ଲାଗି ରହିଛି । ଗୁଡ଼ୁପାଙ୍ଗୀ ଗ୍ରାମ…
Read Moreଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କ ମୃତ୍ୟୁ
ନୟାଗଡ଼,(ଲଷ୍ମୀଧର ସାହୁ):-ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନିଷ୍ଠ କିରାଣୀ ବନମାଳୀ ସିଂ(୪୬)ଙ୍କ ପାକସ୍ଥଳୀ ଜନିତ ରୋଗରେ ମୃତ୍ୟୁ ଘଟିଛି । ତାଙ୍କର ଦୀର୍ଘଦିନ ଧରି ପାକସ୍ଥଳୀ ଜନିତ ସମସ୍ୟା ରହିଥିଲା । ଦୁଇଦିନ ତଳେ ଅଫିସ କାର୍ଯ୍ୟରେ କଟକ ହାଇକୋର୍ଟ ଯାଇଥିବା ବେଳେ ସେଠାରେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ଗତକାଲି ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଥବାବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ନୟାଗଡ଼ ଦେବୋତ୍ତର କଲୋନୀରେ ରହୁଥିବା ସ୍ୱଗର୍ତ ସିଂଙ୍କୁ ତାଙ୍କ ନିଜ ବାସସ୍ଥାନ ଗୁଣ୍ଠୁଣି ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିପ୍ରସାଦ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିବା…
Read Moreବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତ୍ତି
ନୟାଗଡ଼:- ୧ ଆଉ ୨ତାରିଖ ସଟଡାଉନ ପରେ ଅର୍ଥାତ ମେ ୩ତାରିଖରୁ ସାରା ରାଜ୍ୟରେ ଦିନ ଦୁଇ ଟାରୁ ସମସ୍ତ ଦୋକାନ ବଜ଼ାର ବନ୍ଦ ରହିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଘୋଷଣା କରଛି। କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବ୍ୟବସାୟୀ ମହାସଂଘ ଏହି ନିଷ୍ପତି ନେଇଛି।ଏହା ଆସନ୍ତା ମେ ୧୫ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।
Read More