୫ମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ

ନୟାଗଡ଼, :- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟ ଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଥିଲା। ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାମୋଦର ସାହୁ, ସମାଜସେବୀ ଭାଗିରଥି ବାଇ, ସ୍ବେଛାସେବୀ ପରମେଶ୍ୱର ସାହୁ, ନରେନ୍ଦ୍ର ବେହେରା, ଶିବଶଙ୍କର ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ଆଲୋକ ବରାଡ଼, ସୋମେଶ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ଦେଶର ଯୁବ ପିଢିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଓ ଅସହାୟଙ୍କୁ ସହାୟତାରେ ହାତ ବଢାଇବା ପାଇଁ ଗତ ଚାରି ବର୍ଷ ଧରି ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଚଳିତ ବର୍ଷ ମାସ୍କ ଓ ସାନିଟାଇଜର ବଣ୍ଟନ, ବସ୍ତ୍ରଦାନ, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ, ଅଙ୍ଗଦାନ ଶିବିର ଓ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ ଓ ଅନ୍ତିମ ଦିନ ଭରଚୁଆଲ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଆଜିଠାରୁ ନୟାଗଡ଼ ବ୍ଲକରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକରେ ଆସନ୍ତା ୨୫ତାରିଖ ଯାଏ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସେବା ସମିତି ପକ୍ଷରୁ ସୂଚନା ଦିଆଯାଇଛି।

Related posts