ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ସାରା ରାଜ୍ୟରେ ଏବେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବାବେଳେ, ଓଡ଼ିଶାର ଅର୍ଥନୀତି ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରଦାମ ବୃଦ୍ଧିକୁ ନେଇ ବିଭିନ୍ନ ବାମଦଳ ପକ୍ଷରୁ ଆଜି ଦଶପଲ୍ଲା ବ୍ଲକ୍ ସାମ୍ନାରେ ସକାଳ ୬ଘଣ୍ଟିକା ଠାରୁ ମଧ୍ୟାହ୍ନ ୧୨ଘଣ୍ଟିକା ପର୍ଯ୍ୟନ୍ତ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଥିଲା ।

ବାମଦଳ ଗୁଡ଼ିକ ହେଲେ ସିପିଆଇ, ସିପିଏମ, ସିପିଆଇଏମଏଲ, ଫରୱାର୍ଡ ବ୍ଲକ୍ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହି ଦଳ ଗୁଡ଼ିକୁ କଂଗ୍ରେସ ଦୃଢ଼ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇବା ସହ ଦୋକାନ ବଜାର ବନ୍ଦ କରି ବିଭିନ୍ନ ପେଟ୍ରୋଲ ପମ୍ପ ଓ ବଜାରର ମୁଖ୍ୟ ଛକ ଗୁଡିକରେ ବିକ୍ଷୋଭ ପଦର୍ଶନ କରିଥିଲା। ଦଳ ତରଫରୁ ସାଧାରଣ ଲୋକଙ୍କୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ନ କିଣିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ଗଣଧାରଣାରେ ବାମଦଳ ନେତା କମ୍ରେଡ୍ ଶରତଚନ୍ଦ୍ର ବେହେରା, କଂଗ୍ରେସ ନେତା ନାରାୟଣ ସାହୁ, ସଚ୍ଚିଦାନନ୍ଦ ନାୟକ, ଗଣେସ୍ୱର ନାୟକଙ୍କ ସମେତ ବହୁ ବାମଦଳ କର୍ମୀ ଏବଂ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
