ଗଣିଆ,(ନୟାଗଡ଼ ଦର୍ପଣ):- ସାରା ବିଶ୍ବରେ ତାଣ୍ଡବ ଚଳେଇଥିବା ମହାମାରି କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଲକଡାଉନ ସଟଦଉନରେ ଅନେକ ଗରିବ ଅସହାୟ ପରିବାର ଦିଓଳି ଦି ମୁଠା ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଏହି ସମୟରେ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ରାଇଟ ଟୁ ୱାର୍କ କ୍ୟାମ୍ପେନ’। ଗଣିଆ ବ୍ଲକର ବହୁ ଗରିବ, ଅସହାୟ , ନିରାଶ୍ରୟ ପରିବାରଙ୍କୁ ଚାଉଳ, ଅଟା, ବିସ୍କେଟ, ତେଲ ଓ ଅନ୍ୟାନ୍ୟ ରାସନ ସାମଗ୍ରୀ କିଟ ବଣ୍ଟନ ଜାରିରହିଥିବା ବେଳେ ବୁଧବାର ଅପରାହ୍ନରେ କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ରଙ୍କ ନେତୃତ୍ୱରେ ଗଣିଆ ବ୍ଲକ ଅନ୍ତର୍ଗତ ଆଡକଟା ପଞ୍ଚାୟତ ଅଧିନସ୍ଥ ସିତୁଳିଆ ସାହିରେ ରହୁଥିବା ନିରାଶ୍ରୟ ଓ ଅସହାୟ ଗରିବ ପରିବାରବର୍ଗଙ୍କୁ ସୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ।

ଏହି ମାନଵଧର୍ମୀ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣିଆ ତହସିଲଦାର କିଶୋର କୁମାର ପଣ୍ଡା ଯୋଗଦେଇଥିବା ବେଳେ ସମ୍ନାନିତି ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ, ସ୍ଥାନୀୟ ସରପଞ୍ଚ ବୀରକିଶୋର ଜେନା, ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ, ଗଣିଆ ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ଦଣ୍ଡଧର ଦାସ, ଗଣିଆ ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ଲେଙ୍କା, ସ୍ଥାନୀୟ ସ୍ବେଛାସେବୀ ବୃନ୍ଦାବନ ଦାଶ, ଦିଲ୍ଲୀପ କୁମାର ବାରିକି, ମାୟାଧର ସାହୁ, ଭାଗ୍ୟରଥୀ ବାରିକି, ଆନନ୍ଦ ଚନ୍ଦ୍ର ସାହୁ, ମାୟାଧର ଦାଶ ପ୍ରମୁଖ ଯୋଗଦେଇ ଶୁଖିଲା ଖାଦ୍ୟ କିଟ ପ୍ରଦାନ କରିଥିଲେ। ଉପସ୍ଥିତ ଅତିଥି ବୃନ୍ଦ ସମସ୍ତ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇ କହିଥିଲେ ମହାମାରୀ କୋରନା ସମୟରେ ପ୍ରଥମତଃ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ମାସ୍କ ଓ ସାବୁନ ବ୍ୟବହାର କରିବା ପାଇଁ ସଚେତନ କରିଥିଲେ । ଏଭଳି ଏକ ଅସମୟ ପରିସ୍ଥିତିରେ “ରାଇଟି ଟୁ ୱାର୍କ କ୍ୟାମ୍ପେନ” ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ମାନବିକତାକୁ ପାଥେୟ କରି ଲୋକଙ୍କୁ ସାହାଯ୍ୟର ହାତ ବଢ଼େଇ ଥିବାରୁ ଗଣିଆ ବିଡ଼ିଓ ଭୁରି ଭୁରି ପ୍ରଶଂସା କରିଥିଲେ।
