ନୟାଗଡ଼,(ନୟାଗଡ଼ ଦର୍ପଣ):- ୭୨ତମ ବନ ମହୋତ୍ସବ ପାଳନ ଅବସରରେ ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଆମ୍ବ,ପଣସ,ପିଜୁଳି, ଲେମ୍ବୁ,ଜାମୁ ଇତ୍ୟାଦି ବିଭିନ୍ନ କିସମର ଫଳ ଚାରା ରୋପଣ କରାଯାଇଛି । ରୋଟାରିଆନ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରଥମେ ଆମ୍ବ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ମିହିର ରଞ୍ଜନ ନାୟକ, ପୂର୍ବତନ ସଭାପତି ନିରୂପମା ପଟ୍ଟନାୟକ, ମଦନ ମୋହନ ମହାପାତ୍ର, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରଣଜିତ ଦାଶ, ବ୍ରଜେନ୍ଦ୍ର ପଟ୍ଟନାୟକ, ପ୍ରବୀର ପୃଷ୍ଟି, ଲକ୍ଷ୍ମୀନାରାୟଣ ରଥ, ପ୍ରସନ୍ନ ବସନ୍ତିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
