ଶରଣକୁଳ,(ନୟାଗଡ଼ ଦର୍ପଣ):- ଦରବୃଦ୍ଧି ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଅଭିଯାନ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ବିଦ୍ୟୁତ ଶୁକ୍ଳର ମୂଲ୍ୟ ବୃଦ୍ଧି ସହିତ ପ୍ରତ୍ୟେକ ଖାଉଟି ଦ୍ରବ୍ୟର ଆଶାତୀତ ଦରବୃଦ୍ଧି ଘଟିଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଓଡଗାଁ ଓ ନୟାଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ ପରିକ୍ରମା ସହିତ ପଥପ୍ରାନ୍ତ ସଂଗଠିତ କରାଯାଇଛି । ପେଟ୍ରୋଲର ଏଭଳି ଅହେତୁକ ଦରବୃଦ୍ଧି କେନ୍ଦ୍ର ମୋଦି ସରକାରର ଅସଲ ଚେହେରାକୁ ପଦାରେ ପକାଇଛି ଏବଂ ଏହାର ପ୍ରତିବାଦରେ ଆସନ୍ତା ୧୫ତାରିଖରେ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶରଣକୁଳ, କଲ୍ୟାଣପୁର, ଗୋତିସାହି, ସୋଲପଟା, ରଘୁନାଥପୁର ଓ କୁଶାପାଣ୍ଡେରି ଗ୍ରାମ ମାନଙ୍କରେ ପ୍ରଚାରକ ଅଭିଯାନ ହୋଇଥିଲା । ଏହି ଅଭିଯାତ୍ରୀ ଦଳରେ ମୋର୍ଚ୍ଚାର ବରିଷ୍ଠନେତା ବିଶ୍ୱନାଥ ମହାପାତ୍ର, ଗୋଲକ ବିହାରୀ ମୁଦୁଲି, କୃଷ୍ଣଚନ୍ଦ୍ର ମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ଜ୍ୟୋତିପ୍ରଭା ଜେନା, ଭାଗବତ ପ୍ରଧାନ, ନିରଞ୍ଜନ ସାହୁ, ରବି ମହାପାତ୍ର ଏବଂ ଭୋଗେଇ ଦାଶ ପ୍ରମୁଖ ସାମିଲ ହୋଇଥିଲେ ।
ଦରବୃଦ୍ଧି ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିଭିନ୍ନ ଗ୍ରାମ ପରିକ୍ରମା
