ନୟାଗଡ଼ ବଲାଙ୍ଗୀ ପାର୍କର ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଆଜି ନୟାଗଡ଼ ବଲାଙ୍ଗୀ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପାର୍କ ନିର୍ମାଣ ସଂମ୍ପର୍କରେ ଆଲୋଚନା କରିବା ସହ କିଭଳି ଅଧିକ ଅନୁଦାନ ମିଳିପାରିବ ସେ ନେଇ ସହଯୋଗ କରିବେ ବୋଲି କହିଛନ୍ତି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ପୈାରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହିଥିବା ଜଣାଯାଇଛି ।

Related posts