ନୟାଗଡ଼ରେ ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ନୂତନ କାର୍ଯ୍ୟାଳୟ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦରର ନୂତନ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ ନୟାଗଡ଼ ଜିଲ୍ଲାରେ ଶିବାଜୀ ନଗରରେ ନୂତନ କାର୍ଯ୍ୟାଳୟର ଉଦଘାଟନ କରିବା ସହ ଜିଲ୍ଲାରେ ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ଏହି ବୋର୍ଡ ଗଠନର ସଂପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବୋର୍ଡର ସଭାପତି ଭବାନୀ ଶଙ୍କର ଦାସ, ସଂଯୁକ୍ତା ପଢିଆରୀ ନିଯୁକ୍ତ ହୋଇଥିବା ବେଳେ ଉପ ସଭାପତି ଭାବେ ଯଯାତି କେଶରୀ ମହାପାତ୍ର, ସଂପାଦକ ଭାବେ ଅନ୍ୱଅର ଅଲ୍ଲୀଙ୍କୁ ନିଯୁକ୍ତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ । ଏହି ନୂତନ କାର୍ଯ୍ୟାଳୟର ଉଦଘାଟନୀ ଉତ୍ସବରେ ସମସ୍ତ କୋଭିଡ୍-୧୯ ନିୟମ ପାଳନ କରି ଉପସ୍ଥିତ ଥିଲେ ।

Related posts